ବଲାଙ୍ଗୀରରେ ବ୍ରଜାଘାତରେ ଏକାବେଳକେ ଚାଲିଗଲା ଶଳା, ଭିଣୋଇଙ୍କ ଜୀବନ। ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ସୋମବାର ଉଭୟ ଶଳା ଓ ଭିଣୋଇ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ।
ସୋମବାର ମାଲପଡା ଗାଁର ଟିକେଶ୍ୱର ମାଝୀ ଓ ଲାଠୋର ଥାନା ସାହାଜପାଣି ଗାଁର ଦିଲୀପ ମାଝୀ ଦୁଇଜଣ ମିଶି ଡୁଡୁକାମାଲ ଗାଁର ସୁରୁମା ଖାଦାନ ନିକଟକୁ ଗାଧୋଇବାକୁ ଯାଇଥିଲେ। ହଠାତ ବର୍ଷା ହେବାରୁ ନିକଟରେ ଥିବା ଏକ ଗଛରେ ମୂଳରେ ଛିଡାହୋଇଥିବା ବେଳେ ହଠାତ୍ ବଜ୍ରପାତ ହେବା ଯୋଗୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀପ ଶ୍ୱଶୂରଘର ମାଲପଡାକୁ ଆସିଥିବା ବେଳେ ଶଳା ଭିଣୋଇ ମିଶିକି ଗାଧୋଇବା ପାଇଁ ଯାଇଥିଲା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି।