ଭୁବନେଶ୍ଵର: ରାଜ୍ୟ ସରକାର ଗତ ୧୪ ମାସ ମଧ୍ୟରେ ୪୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଫେରସ୍ତ ଜମାକାରୀଙ୍କୁ ଫେରସ୍ତ କରାଯାଇଛି ।
ରାଜ୍ୟ ସରକାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଗତ ୧୪ ମାସ ମଧ୍ୟରେ ୪୯ କୋଟି ୬୭ ଲକ୍ଷ ୬୮ ହଜାର ୫୪୮ ଟଙ୍କା ଫେରସ୍ତ କରିଛନ୍ତି । ମୋଟ ୧ ଲକ୍ଷ ୩୩ ହଜାର ୭୫୫ ଜଣ କ୍ଷତିଗ୍ରସ୍ତ ଟଙ୍କା ପାଇଛନ୍ତି । ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀ, ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀ, ହାଇ-ଟେକ୍ ଇଷ୍ଟେଟସ୍ ଗ୍ରୁପ୍ ଅଫ୍ କମ୍ପାନୀର ଏବଂ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟରେ ସୁପାରିଶ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୬ ହଜାର ୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଅଛି । ସେହିପରି ୪ ଲକ୍ଷ ୭୨ ହଜାର ୬୫୧ ଜଣ କ୍ଷୁଦ୍ର ଜମାକାରୀକୁ କର୍ପସ ପାଣ୍ଠିରୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ ହୋଇଥିଲା ।
ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦ କୋଟି ଟଙ୍କାର ଏକ କର୍ପସ୍ ପାଣ୍ଠି ସୃଷ୍ଟି କରିଛନ୍ତି । ରାଜ୍ୟରେ ପ୍ରାୟ ୨୪ ଲକ୍ଷ ୭୫ ହଜାର ୭୮୨ କ୍ଷତିଗ୍ରସ୍ତ ଜମାକାରୀ ୬୮୬୦ କୋଟି ୧୪ ଲକ୍ଷ ୪୨ ହଜାର ୨୬୩ ଟଙ୍କା ବିଭିନ୍ନ ସଂସ୍ଥାରେ ଟଙ୍କା ନିବେଶ କରିଛନ୍ତି । ୩,୧୬,୦୬୩ ଜଣ ଜମାକାରୀଙ୍କୁ ମୋଟ ୧୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି।
Also read: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ପୁଣି ଭିଜିବ ଓଡିଶା