ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜିଏସଟି ସଂସ୍କାର ସଞ୍ଚୟ ବୃଦ୍ଧି ପାଇବ । ଏହା ଦ୍ୱାରା ସବୁ ବର୍ଗର ଲୋକ ଲାଭାନ୍ୱିତ ହେବେ । ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଭାପତି ମନମୋହନ ସାମଲ ।
ମନମୋହନ କହିଛନ୍ତି, ଜିଏସଟି ସଂସ୍କାର ଏକ ଐତିହାସିକ ପଦକ୍ଷେପ । ଲାଲକିଲ୍ଲାରୁ ଜିଏସଟି ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ । ସେପ୍ଟେମ୍ବର ୩ ତାରିଖରେ ଜିଏସଟି ପରିଷଦ ବୈଠକରେ ନିଷ୍ପତି ନେଲେ ଏବଂ ସେପ୍ଟେମ୍ବର ୨୨ରେ ଲାଗୁ କଲେ । ଆମେ ଯାହା କହୁ ତାହା କରୁ । ଆଜିର ଦିନ ଏକ ଐତିହାସିକ ଦିନ ହେବ । ବିଗତ ଦିନମାନଙ୍କରେ ସରକାର ସରକାର ପରେ ଆସିଛି, କିନ୍ତୁ ମୋଦୀ ଦଳମତ ନିର୍ବିଶେଷରେ ଦେଶରରେ ଗୋଟିଏ ଟ୍ୟାକ୍ସ ଲାଗୁ କରିଛନ୍ତି । ପୂର୍ବରୁ ଟ୍ୟାକ୍ସରେ କୌଣସି ଶୃଙ୍ଖଳା ନ ଥିଲା । ବିଭିନ୍ନ ଟ୍ୟାକ୍ସ ଦ୍ୱାରା ଲୋକେ ପ୍ରଭାବିତ ହେଉଥିଲେ । କିନ୍ତୁ ଜିଏସଟି ଲାଗୁ ହେବା ଦ୍ୱାରା ଏକ ଅର୍ଥନୈତିକ ଶୃଙ୍ଖଳା ଆରମ୍ଭ ହେଲା ।
ଜିଏସଟିର ଦ୍ୱିତୀୟ ସଂସ୍କାର ଦ୍ୱାରା ଚାରୋଟି ସ୍ଲାବରୁ ଦୁଇଟି ସ୍ଲାବ ଲୋପ ପାଇଛି । ୨୮ %, ୧୮ %, ୧୨% ଏବଂ ୫% ମଧ୍ୟରୁ ୨୮% ଏବଂ ୧୮%କୁ ଲୋପ କରାଯାଇଛି । ଲୋକଙ୍କ ସଞ୍ଚୟ ବଢ଼ିବା ସହିତ ଲୋକଙ୍କ ଅଣ୍ଟିକୁ ପଇସା ଯିବ । ସଞ୍ଚୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ଏହା ଦ୍ୱାରା ସଫଳ ହେବ । ଯୁବକ, ଗରିବ, ମହିଳା ଓ ଚାଷୀ ଏହାଦ୍ଵାରା ଉପକୃତ ହେବେ ବୋଲି ମନମୋହନ କହିଛନ୍ତି ।