ଭୁବନେଶ୍ୱର: ଶିଶୁମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଙ୍କ ଭୁଲ୍ ଔଷଧ ପାଇଁ ଶିଶୁର ଜୀବନ ଯାଇଥିବା ଅଭିଯୋଗରେ ହସ୍ପିଟାଲ ପରିସରରେ ଉତ୍ତେଜନା କରିଛନ୍ତି ପରିବାର ଲୋକେ। ଡାକ୍ତରଙ୍କ ଗିରଫ ଦାବିରେ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ବାହାରେ ପ୍ରତିବାଦ କରିଛନ୍ତି ପରିବାର।
ପରିବାର ଲୋକଙ୍କ ଅଭିଯୋଗ ମୁତାବିକ, ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘରକୁ ଫେରିଯାଇଥିଲେ। ହେଲେ ଗତକାଲି(ରବିବାର) ରାତିରେ ଶିଶୁର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ପୁଣି ଥରେ ପରିବାର ଲୋକେ ହସ୍ପିଟାଲ ଆଣିଥିଲେ। ଶିଶୁକୁ ପ୍ରଥମେ ଯେଉଁ ଡାକ୍ତର ଚିକିତ୍ସା କରୁଥିଲେ ସେ ସେଠାରେ ଚାଲିଯାଇଥିବା ବେଳେ ପରେ ଯେଉଁ ଡାକ୍ତର ଆସି ଚକିିତ୍ସା କରିଥିଲେ ସେ ଭୁଲ୍ ମେଡିସିନ ଦେବା କାରଣରୁ ଶିଶୁର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ଡାକ୍ତରଙ୍କ ଅବହେଳା ଦାବି କରି ପରିବାର ଲୋକ ଡାକ୍ତରଙ୍କ ଗିରଫ ସହ ନିଲମ୍ବନ ଦାବି କରିଛନ୍ତି ।