ଭୁବନେଶ୍ବର : ଗତ ୧୫ ମାସରେ କ୍ୟାମ୍ପସରେ ଆତ୍ମହତ୍ୟା କଲେଣି ୨୨ ଛାତ୍ରଛାତ୍ରୀ । ବିଧାନସଭାରେ ଉଦବେଗ ଜନକ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ସରକାରୀ ଓ ଘରୋଇ କ୍ୟାମ୍ପସରେ ଆତ୍ମହତ୍ୟା କରିଛନ୍ତି ଛାତ୍ରଛାତ୍ରୀ । ହସ୍ତଗତ ସୂଚନା ଅନୁସାରେ ରାୟଗଡାରେ ୪ ଛାତ୍ର, କିଟରେ ୨ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝରରେ ୩, ବଲାଙ୍ଗିରରେ ୨ ଜଣ ଆତ୍ମହତ୍ୟା କରିଛନ୍ତି ।
ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଥିଲା । ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ପ୍ରଶ୍ନୋତ୍ତର କାଳରେ ଉଭୟ ବିରୋଧୀ ହଙ୍ଗାମା କରିଛନ୍ତି । ମୁଖ୍ୟ ବିରୋଧୀ ବିଜେଡ଼ି ସାର ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ବାତିଲ କରି ଦିନ ତମାମ ଆଲୋଚନା କରିବାକୁ ଜିଦରେ ଅଡ଼ିବସିଛି । ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ସେପଟେ କଂଗ୍ରେସ ବିଧାୟକମାନେ ନିଜ ଆସନରେ ପ୍ଲା କାର୍ଡ଼ ଧରି ଛିଡ଼ା ହୋଇଥିଲେ । ଯେଉଁଥିରେ ବିଜେଡ଼ି-ବିଜେପି ଭାଇ ଭାଇ ବୋଲି ଲେଖାଥିଲା ।
ଅଧିକ ପଢନ୍ତୁ : ୧୪ ମାସରେ ୪୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଫେରସ୍ତ କରିଛନ୍ତି ସରକାର