ନୂଆଦିଲ୍ଲୀ: ଆଜି ୨୦୨୫ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ଆଉ ଏକ ହାଇଭୋଲଟେଜ୍ ମ୍ୟାଚ୍। ପୂର୍ବରୁ ଏହି ଦୁଇ ଦଳ ଲିଗ୍ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ। ଏବେ, ସୁପର ୪ ରାଉଣ୍ଡରେ ପୁଣି ଥରେ ମୁହାଁମୁହିଁ ହେବେ। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ବିଜୟ ପାଇଁ ପ୍ରବଳ ଦାବିଦାର। ତଥାପି, ପାକିସ୍ତାନ ବିପର୍ୟ୍ୟୟ ସୃଷ୍ଟି କରିବାରେ ମଧ୍ୟ ସିଦ୍ଧ। ତେଣୁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ଟସ୍ ଭାରତୀୟ ସମୟ ସନ୍ଧ୍ୟା ୭:୩୦ ରେ ହେବ ଏବଂ ମ୍ୟାଚ୍ ରାତି ୮ ଟାରେ ଆରମ୍ଭ ହେବ। ଏହି ମ୍ୟାଚ୍ରେ ଭାରତ ପୂରା ଦମର ସହ ମଇଦାନକୁ ଓହ୍ଲାଇବ। ଟିମ୍ ଇଣ୍ଡିଆ ଓମାନ ବିପକ୍ଷରେ ଶେଷ ଲିଗ୍ ପର୍ୟ୍ୟାୟ ମ୍ୟାଚ୍ରେ ଅନେକ ପରିବର୍ତ୍ତନ କରିଥିଲା ।
ପିଚ୍ ରିପୋର୍ଟ
ଏହି ସିଜିନ୍ରେ ଦୁବାଇରେ ହାଇ-ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିନାହିଁ। ତଥାପି, ଏହି ପିଚ୍ରେ ପ୍ରଥମେ ବ୍ୟାଟିଂ କରିବା ଦଳ ୧୮୦ ରୁ ଅଧିକ ସ୍କୋର କଲେ ବିଜୟୀ ହେବାର ଅଧିକ ସମ୍ଭାନା ରହିଛି । ଆଜିର ମ୍ୟାଚରେ ପିଚ୍ ସ୍ପିନରଙ୍କୁ ସୁହାଇପାରେ। ନୂତନ ବଲ୍ ଦ୍ରୁତ ବୋଲରମାନଙ୍କୁ ଭଲ ବାଉନ୍ସ ୍ଦେବାର ସମ୍ଭାବନା ରହିଛି । କାକରର ପ୍ରଭାବ ପଡ଼ିବାର ସମ୍ଭାବନା କମ୍। ଏପରି ପରିସ୍ଥିତିରେ, ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇପାରେ।
ଭାରତର ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ୟ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ୍ (ୱିକେଟ କିପର), ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଏବଂ ଯଶପ୍ରୀତ ବୁମରା।
ପାକିସ୍ତାନର ସମ୍ଭାବ୍ୟ ଚୂଡାନ୍ତ ଏକାଦଶ - ସାହିବଜାଦା ଫରହାନ, ସୈମ ଆୟୁବ, ମହମ୍ମଦ ହାରିସ୍ (ୱିକେଟ କିପର), ଫଖର ଜମାନ୍, ସଲମାନ ଅଲି ଆଗା (ଅଧିନାୟକ), ହାସନ ନୱାଜ୍, ମହମ୍ମଦ ନୱାଜ୍, ଫହୀମ୍ ଆଶ୍ରଫ୍, ଅବରାର ଅହମ୍ମଦ, ହାରିସ୍ ରୌଫ୍ ଏବଂ ଶାହିନ ଶାହ ଆଫ୍ରିଦି।