ନୂଆଦିଲ୍ଲୀ: ଆଜି ମହିଳା ଟି-୨୦ ବିଶ୍ୱକପରେ ଭାରତ ନିଜର ତୃତୀୟ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । ଏହି ମ୍ୟାଚ୍ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଭାରତ ପ୍ରଥମ ଦୁଇଟି ମ୍ୟାଚରୁ ଗୋଟିଏ ହାରିଥିବା ବେଳେ ଗୋଟିଏରେ ବିଜୟ ଲାଭ କରିଛି । ତେଣୁ ଆଜିର ମ୍ୟାଚ୍ ଭାରତୀୟ ମହିଳା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା । ତେଣୁ ଆଜିର ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଯେମିତି ହେଲେ ଜିତିବାକୁ ପଡିବ । ଡିଜନୀ ପ୍ଲସ ହଟଷ୍ଟାରରେ ଦର୍ଶକ ଏହି ମ୍ୟାଚର ମଜା ନେଇ ପାରିବେ । ଟିଭିରେ ଷ୍ଟାର ସ୍ପୋର୍ଟ ଚ୍ୟାନେଲରେ ମ୍ୟାଚର ସିଧାପ୍ରସାରଣ ହେବ ।
ଏହି ମ୍ୟାଚରେ ଅଧିନାୟକ ହରମନପ୍ରୀତ କୌର ଖେଳିବା ନେଇ ସୂଚନା ଦେଇଛନ୍ତି ଉପ ଅଧିନାୟକ ସ୍ମୃତି ମନ୍ଧାନା । ମ୍ୟାଚରେ ଭାରତକୁ କେବଳ ମ୍ୟାଚ୍ ଜିତିଲେ ଚଳିବ ନାହିଁ ବରଂ ଉନ୍ନତ ନେଟ୍ ରନ ରେଟ୍ ଆଧାରରେ ଜିତିବାକୁ ପଡିବ । ଆଜିର ମ୍ୟାଚ୍ ଜିତିଲେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିବ । ପରାଜିତ ହେଲେ ଭାରତର ଟି-୨୦ ବିଶ୍ୱକପ୍ ଅଭିଯାନ ସମାପ୍ତ ହୋଇପାରେ ।
ଭାରତୀୟ ଦଳ
ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗ୍ସ, ହରମନପ୍ରୀତ କୌର(ଅଧିନାୟକ), ଋଚା ଘୋଷ(ୱିକେଟ୍ କିପର), ଦୀପ୍ତି ଶର୍ମା, ସଜୀବନ ସଜାନା, ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ଆଶା ଶୋଭନା, ରେଣୁକା ଠାକୁର ସିଂ, ପୂଜା ବସ୍ତ୍ରାକର, ରାଧା ଯାଦବ, ଦୟାଲନ ହେମଲତା, ୟାସ୍ତିକା ଭାଟିଆ ।