ଆଜି ଇନ୍ଦୋରରେ ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ । ଆଉ ଏକ ସିରିଜ କ୍ଲିନସ୍ୱିପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ମ୍ୟାଚ୍ ଜିତିଲେ ଦିନିକିଆ ମାନ୍ୟତାରେ ନମ୍ବର ୱାନ୍ ହେବ ଭାରତୀୟ ଦଳ । ୨-୦ରେ ଶୃଙ୍ଖଳା କବଜା କରିବା ପରେ ଭାରତର ଆତ୍ମବିଶ୍ୱାସ ରହିଛି । ଓପନର ଶୁବମନ ଗିଲ ହାଇଦ୍ରାବାଦରେ ମାଷ୍ଟରକ୍ଲାସ ବ୍ୟାଟିଂ କରିବା ସହ ସିମରଙ୍କୁ ସହାୟତା କରୁଥିବା ରାୟପୁର ପିଚରେ ବି ଚମତ୍କାର ଖେଳି ଦଳକୁ ଶୃଙ୍ଖଳା ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଥମ ଦୁଇ ଦିନିକିଆରେ ଭଲ ରନ୍ କରିଥିଲେ । ତୃତୀୟ ଦିନିକିଆ ମ୍ୟାଚରେ ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦକଙ୍କୁ ବ୍ୟାଟିଂ ଲାଗି ସୁଯୋଗ ମିଳିପାରେ । ଶ୍ରେୟସ ଆୟରଙ୍କ ଅନୁପସ୍ଥିତରେ ସୂର୍ଯ୍ୟକୁମାରଙ୍କଠୁ ବଡ଼ ପାଳି ଆଶା ରଖିଛି ଦଳ ।