ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟ ଆସନ୍ତାକାଲି ସିଡନୀରେ ଖେଳାଯିବ । ଏହି ମୁକାବିଲା ପାଇଁ ଅଷ୍ଟ୍ରେଲିଆ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରି ସାରିଛି । କଙ୍ଗାରୁ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନ୍ୟପଟେ ଭାରତୀୟ ଚୂଡାନ୍ତ ଏକାଦଶରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି । ଆକାଶଦୀପ ଆହତ ସମସ୍ୟା କାରଣରୁ ସିଡନୀ ଟେଷ୍ଟରୁ ବାଦ୍ ପଡି ସାରିଛନ୍ତି ।
ଚୂଡାନ୍ତ ଏକାଦଶରୁ ଋଷଭ ପନ୍ତ ବାଦ୍ ପଡି ପାରନ୍ତି । କାରଣ ସେ ସର୍ବଦା ବେପରୁଆ ସଟ୍ ଖେଳି ଦଳକୁ ଅଡୁଆରେ ପକାଉଛନ୍ତି । ତେଣୁ ଶେଷ ଟେଷ୍ଟରେ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସାମିଲ କରାଯାଇପାରେ । ଅନ୍ୟପଟେ ଆହତ ଆକାଶଦୀପଙ୍କ ସ୍ଥାନରେ ହର୍ଷିତ ରାଣା କିମ୍ବା ପ୍ରସିଦ୍ଧ କୃଷ୍ଣଙ୍କୁ ସୁଯୋଗ ମିଳିପାରେ । ଏହା ବାଦ୍ ଦଳରେ ବଡ ପରିବର୍ତ୍ତନ ସମ୍ଭାବନା କମ ଲାଗୁଛି ।
ଅନ୍ୟପଟେ ସିଡନୀ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି । ମିଚେଲ୍ ମାର୍ଶଙ୍କ ଖରାପ କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ବ୍ୟୁ ୱେବଷ୍ଟରଙ୍କୁ ସୁଯୋଗ ମିଳିଛି । ସାମ କୋନଷ୍ଟାସ ଦଳରେ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି । କୋନଷ୍ଟାସ ପ୍ରଥମ ଇନିଂସରେ ୬୦ ରନର ଧୂଆଁଧାର ଇନିଂସ ଖେଳିଥିଲେ ।
ସିଡନୀ ଟେଷ୍ଟ ପାଇଁ ଭାରତର ସମ୍ଭାବିତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ ଓ ହର୍ଷିତ ରାଣା ।
ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶ
ଓାମ କୋନଷ୍ଟାସ, ଉସ୍ମାନ ଖ୍ୱାଜା, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ଟ୍ରେଭିସ ହେଡ, ବ୍ୟୁ ୱେବଷ୍ଟର, ଆଲେକ୍ସ କେରି, ପାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ନାଥନ ଲିୟୋନ, ସ୍କଟ ବୋଲାଣ୍ଡ ।