କ୍ରିକେଟରୁ ଅବସର ନେଲେ ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ସୁଦୀପ ତ୍ୟାଗୀ
Khabar Odisha:Former-Indian-fast-bowler-Sudip-Tyagi-quits-from-international-cricket
ଦିଲ୍ଲୀ,ନଭେମ୍ବର ୧୭ (ଖବର ଓଡ଼ିଶା):

ଭାରତର ପୂର୍ବତନ ଫାଷ୍ଟ ବୋଲର ସୁଦୀପ ତ୍ୟାଗୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୩ ବର୍ଷୀୟ ଏହି ସ୍ପିଡ ଷ୍ଟାର ଭାରତ ପକ୍ଷରୁ ଚାରିଟି ଏକଦିବସୀୟ ମ୍ୟାଚ ଏବଂ ଗୋଟିଏ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ୍ ଖେଳିଥିଲେ । ସେହିପରି ଆଇପିଏଲରେ ତ୍ୟାଗୀ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମଧ୍ୟ ଖେଳିଥିଲେ । 

ତ୍ୟାଗୀ ୪୧ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୦୯ ୱିକେଟ୍ ନେଇଥିଲେ ଏବଂ ୨୩ ଲିଷ୍ଟ ଏ ମ୍ୟାଚ୍‌ରେ ମଧ୍ୟ ୩୧ ୱିକେଟ୍ ଅକ୍ତିଆର କରିଥିଲେ । ୨୦୦୯ ସିଜନ୍ ପରେ ମୋହଲିରେ ଏକ ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ତ୍ୟାଗୀ । ଠିକ ଏହାର ଦୁଇ ସପ୍ତାହ ପରେ ସେ ସମାନ ବିରୋଧୀ ବିପକ୍ଷରେ ଏକଦିବସୀୟ ଡେବ୍ୟୁ କରିଥିଲେ କିନ୍ତୁ ଚାରିଟି ମ୍ୟାଚରେ ମାତ୍ର ତିନୋଟି ୱିକେଟ୍ ନେଇଥିଲେ ।

ନିଜର ରଣଜୀ ଟ୍ରଫି ଡେବ୍ୟୁରେ ସେ ଦଶ ୱିକେଟ୍ ନେଇଥିଲେ ଏବଂ ୨୦୦୭ ସିଜିନରେ ୪୧ ୱିକେଟ୍ ନେଇ ଉତ୍ତରପ୍ରଦେଶକୁ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦେଶ ତରଫରୁ ଖେଳିଥିବାରୁ ସେ ନିଜକୁ ଧନ୍ୟ ମନେ କରିବା ସହ ଏମଏସ ଧୋନି, ଆରପି ସିଂ, ସୁରେଶ ରାଇନା ଆଦି ଖେଳାଳିଙ୍କୁ ଧନ୍ୟବାଦ ଦେଇଛି ।

  • Tags:

Subscribe

National International State Sports Entertainment