ଲକ୍ଷ୍ନୌ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ ହୋଇଛି। ମ୍ୟାଚ୍ ବାତିଲ୍ ହେବାର କାରଣ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଘନ କୁହୁଡ଼ି ଛାଇ ଯାଇଥିଲା, ଯାହା ହଟିବାର ନାଁ ନେଇ ନ ଥିଲା। ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୧ରେ ଆଗୁଆ ଅଛି। ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବାର ଥିଲା ଏବଂ ଟସ୍ ୬ଟା ୩୦ରେ ପଡ଼ିବାର ତୀଲା। କିନ୍ତୁ ଅମ୍ପାୟାରମାନେ ଅଢ଼େଇ ଘଣ୍ଟା ଅପେକ୍ଷା କରିଥିଲେ, କିନ୍ତୁ ପରିସ୍ଥିତିରେ ଉନ୍ନତି ନହେବା ଯୋଗୁଁ ମ୍ୟାଚ୍ ବାତିଲ କରାଯାଇଛି।
ଚତୁର୍ଥ ଟି-୨୦ ମ୍ୟାଚ୍ ପାଞ୍ଚ ଓଭର ବିଶିଷ୍ଟ ପାଇଁ କଟ-ଅଫ୍ ସମୟ ରାତି ୯ଟା ୪୬ ସ୍ଥିର କରାଯାଇଥିଲା, କିନ୍ତୁ ଅମ୍ପାୟାରମାନେ ଏହାର ୧୬ ମିନିଟ୍ ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ। ଶୀତ ଋତୁରେ, ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ କୁହୁଡ଼ି ସାଧାରଣ, ବିଶେଷକରି ସକାଳ ଏବଂ ରାତିରେ ରହିଥାଏ। ଆଉ ଭାରତ ବନାମ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ମଧ୍ୟ ପାଗର ଶିକାର ହୋଇଛି।
ଉଲ୍ଲେଖନୀୟ ଲକ୍ଷ୍ନୌରେ ଦିନବେଳା ପାଗ ଅନୁକୂଳ ଥିଲା, କିନ୍ତୁ ମ୍ୟାଚ୍ ପାଖେଇ ଆସିବା ସହିତ, ଆକାଶକୁ କୁହୁଡ଼ିର ଆବରଣ ଘୋଡ଼ାଇ ଦେଇଥିଲା। ଲକ୍ଷ୍ନୌରେ କୁହୁଡ଼ି ଯୋଗୁଁ, ସ୍କୁଲ ଖୋଲିବା ସମୟ ମଧ୍ୟ ବୃଦ୍ଧି କରାଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ସକାଳ ୯ଟାରେ ଆରମ୍ଭ ହେବ।
ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ ହେବା ପରେ ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ଭାରତ ଏବେ ଟି-୨୦ ସିରିଜ୍ ହାରିପାରିବ ନାହିଁ। ସିରିଜରେ କେବଳ ଗୋଟିଏ ମ୍ୟାଚ୍ ବାକି ଥିବାରୁ ସମ୍ଭାବ୍ୟ ଫଳାଫଳ ୨-୨ ଡ୍ର ହେବ। କିମ୍ବା ଭାରତ ୩-୧ରେ ସିତିଜ୍ ଜିତିବ. ଟିମ୍ ଇଣ୍ଡିଆ ସିରିଜରେ ୨-୧ରେ ଆଗୁଆ ଅଛି। ପଞ୍ଚମ ଟି-୨୦ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
Also read: ଆଇସିସିର ଅନୁରୋଧକୁ ମାନିଲା ନାହିଁ ବିସିସିଆଇ, ଭାରତ-ପାକିସ୍ତାନ ମ୍ୟାଚରେ ନୋ ହ୍ୟାଣ୍ଡସେକ ପଲିସି ଜାରି