ରାଉରକେଲା: ଆଉ ଏକ ବିଶ୍ୱ ରେକର୍ଡ କରିବାକୁ ଯାଉଛନ୍ତି ରାଉରକେଲା ଯୁବତ ସୁମିତ ସିଂ । ଟ୍ରେଡ୍ ମିଲ୍ ଉପରେ ଲଗାତର ୪୮ ଘଣ୍ଟା ଚାଲି ଗିନିଜ୍ ବୁକ୍ ଅଫ୍ ଦ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛନ୍ତି ସୁମିତ ।
ରାଉରକେଲା ବାସନ୍ତୀ କଲୋନୀରେ ୩୬ ବର୍ଷୀୟ ସୁମିତ ଡିସେମ୍ବର ୧୩, ଶନିବାର ସନ୍ଧ୍ୟା ୬ଟାରୁ ରାଉରକେଲା ସିଭିକ୍ ସେଣ୍ଟରରେ ସୁମିତ ଟ୍ରେଡ୍ ମିଲ୍ ଉପରେ ଚାଲିବା ଆରମ୍ଭ କରିଥିଲେ । ଗିନିଜ୍ ବୁକ୍ ୱାର୍ଲଡ୍ ରେକର୍ଡର ସଦସ୍ୟଙ୍କ ଉପସ୍ଥିତିରେ ସେ ଚାଲିବା ଜାରି ରଖିଥିଲେ । ଡିସେମ୍ବର ୧୫ ସୋମବାର ସନ୍ଧ୍ୟା ୬ଟାରେ ତାଙ୍କର ଚାଲିବା ଶେଷ ହୋଇଛି । ମଝିରେ ସେ ବିରତି ନେବା ସହିତ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ପ୍ରତି ଘଣ୍ଟାରେ ମାତ୍ର ୫ ମିନିଟ ବିରତି ନେଉଥିଲେ । ଏହା ସହିତ ତାଙ୍କ ଚାଲିବାର ଭିଡ଼ିଓ ରେକର୍ଡ ମଧ୍ୟ କରାଯାଉଥିଲା । ଆଉ କିଛି ସମୟ ପରେ ଫଳାଫଳ ଘୋଷଣା କରାଯିବ ।
ପୂର୍ବରୁ ସୁମିତଙ୍କ ନାମରେ ବିଶ୍ୱ ଏବଂ ଅନ୍ୟାନ୍ୟ ରେକର୍ଡ ରହିଛି । ଟ୍ରେଡ୍ ମିଲ୍ ଉପରେ ୧୨ ଘଣ୍ଟାରେ ୬୮.୪ କିଲୋମିଟର୍ ଦୌଡ଼ି ଗିନିଜ୍ ବୁକ୍ ଅଫ୍ ଦ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଥିଲେ । ତାଙ୍କ ବାପାଙ୍କ ନାଁ ସଞ୍ଜୟ କୁମାର ସିଂହ ଏବଂ ମୀରା ଦେବୀ । ସେହିପରି ଟ୍ରାକ୍ ଉପରେ ୧୨ ଘଣ୍ଟାରେ ୧୦୨ କିଲୋମିଟର୍ ଏବଂ ୨୪ ଘଣ୍ଟାରେ ୧୬୧ କିଲୋମିଟର୍ ଦୌଡ଼ି ରେକର୍ଡ କରିତିଲେ । ସେହିପରି ୩୦ ଦିନରେ ୩୩ଟି ମାରାଥନ୍ ଦୌଡ଼ି ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ । ୨୦୨୩ରେ ଏପ୍ରିଲ ୨୫ରୁ ମେ ୨୪ ଯାଏ ସେ ଏହି ମାରାଥନ୍ ଦୌଡ଼ିଥିଲେ ।