ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟି ଦୀପା କର୍ମାକର ରବିବାର ତାଶକେଣ୍ଟର ପ୍ରେଟ୍ରରେ ଏସୀୟ ବରିଷ୍ଠ ଚାମ୍ପିଅନ୍ଶିପ୍ରେ ସ୍ୱର୍ଣ୍ଣ ପଦକ ଜିଣି ଇତିହାସ ରଚିଛନ୍ତି । ଏହି ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିଣି ପ୍ରଥମ ଭାରତୀୟ ହୋଇପାରିଛନ୍ତି । ୩୦ ବର୍ଷୀୟ ଦୀପା ପ୍ରତିଯୋଗିତାର ଅନ୍ତିମ ଦିନରେ ବଲ୍ଟ ଫାଇନାଲରେ ୧୩.୫୬୬ ହାରରେ ସ୍କୋର କରିଛନ୍ତି ।
ଉତ୍ତର କୋରିଆର କିମ ସୋନ ହୟାଙ୍ଗ (୧୩.୪୬୬) ଓ କ୍ୟୋଙ୍ଗ ବ୍ୟୋଲ (୧୨.୯୬୬) ସ୍କୋର କରିଥିଲେ । ଉଭୟଙ୍କୁ କ୍ରମାଗତ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି ।
ସୂଚନାଯୋଗ୍ୟ, ଭାରତର ଆଶୀଷ କୁମାର ୨୦୧୫ ଏସୀୟ ଚାମ୍ପିଅନଶିପରେ ବ୍ୟକ୍ତିଗତ ଫ୍ଲୋର ଏକ୍ସସାଇଜରେ କାଂସ୍ୟ ପଦକ ଜିତିଥିଲେ । ପ୍ରଣତି ନାୟକ ମଧ୍ୟ ୨୦୧୯ ଓ ୨୦୨୨ରେ ବଲ୍ଟ କ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିଲେ । ଡୋପିଂ ଉଲ୍ଲଂଘନ କାରଣରେ ୨୧ ମାସ ନିଲମ୍ବନ ପରେ ଗତବର୍ଷ ଗ୍ରାଉଣ୍ଡକୁ ଫେରିଥିବା ଦୀପା ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ଦୌଡ଼ରୁ ବାହାରି ସାରିଛନ୍ତି ।