କରୋନା ଗାଇଡଲାଇନ ଭାଙ୍ଗିବା ଲାଗି ବେଙ୍ଗାଲୁର ଏଫସି କୁ ମାଳଦ୍ୱିପ ଛାଡିବାକୁ ନିର୍ଦେଶ, ଏଏଫସି କପ୍ ଖେଳିବା ନେଇ ଦ୍ୱନ୍ଦ
Khabar Odisha:Bengaluru-FC-asked-to-leave-Maldives-over-Covid-19-protocol-breach

ନୁଆଦିଲ୍ଲୀ, ମେ୯(ଖବର ଓଡିଶା); ଭାରତୀୟ ଫୁଟବଲ କ୍ଲବ୍ ବେଙ୍ଗାଲୁର ଏଫସିର କିଛି ଖେଳାଳୀ ଏବଂ ଷ୍ଟାଫ୍ ମାଳଦ୍ୱିପର ରାଜଧାନୀ ମାଲେରେ କରୋନା ଗାଇଡଲାଇନକୁ ଭଙ୍ଗ କରିବା ଅଭିଯୋଗରେ ତୁରନ୍ତ ଦେଶ ଛାଡୁିବାକୁ ମାଳଦ୍ୱିପର କ୍ରଡା ମନ୍ତ୍ରୀ କହିଛନ୍ତି । ତେବେ ଏଥିପାଇଁ ଦଳର ମାଲିକ ପର୍ଥ ଜିନ୍ଦଲ କ୍ଷମା ମାଗିବା ସହିତ ଗାଇଡଲାଇନ ଭଙ୍ଗ କରିଥିବା ତିନି ବିଦେଶୀ ଖେଳାଳୀ ଏବଂ ଷ୍ଟଫ୍‌ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । 

ମେ ୧୪ ରେ ବେଙ୍ଗାଲୁର ଏଫସି ଏଏଫସି ବିପକ୍ଷରେ ଲିଗ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏବେ ଏପ୍ରକାର ପରିସ୍ଥିତି ସୃଷ୍ଟି ହେବା ପରେ ଟୁର୍ଣ୍ଣାମେଣ୍ଟରେ ଦଳ ଖେଳିବାକୁ ନେଇ ପ୍ରଶ୍ନ ଉଠିଛି । 

ତେବେ ବେଙ୍ଗାଲୁର ଏଫସି ଦଳର ନେତୃତ୍ୱ ନେଉଥିବା ଭାରତୀୟ ଫୁଟବଲ ଦଳର ଅଧୀନାୟକ, କି ପ୍ରକାର ଗାଇଡ ଲାଇନ ବଙ୍ଗ କରିଛନ୍ତି ତାହା ଜଣା ପଡିନଥିଲା ବେଳେ ଏହା ଅକ୍ଷମନିୟ ବ୍ୟବହାର ବୋଲି ମାଳଦ୍ୱୀପ କ୍ରଡା ମନ୍ତ୍ରୀ କହିଛନ୍ତି । ତେବେ ଭାରତୀୟ ଶୁକ୍ରବାର ମାଳଦ୍ୱୀପରେ ପହଁଚିଥିବା ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ରହିଛି । 

ଏହା ସହିତ ମାଳଦ୍ୱୀପ କ୍ରଡାମନ୍ତ୍ରୀ କହିଛନ୍ତି ଯେ ଆମେ ଏଭଳି ପରିସ୍ଥିତିରେ ମ୍ୟାଚ୍ ଅୟୋଜନ କରିପାରିବୁ ନାହିଁ ବୋଲି ମାଳଦ୍ୱୀପ ଫୁଟବଲ ଆସିସିଏସନକୁ ଜଣାଇ ଦେଇଛୁ ଏବଂ ସେମାନେ ବାଙ୍ଗାଲୁର ଏଫସିର ଘରକୁ ଯିବା ବ୍ୟବସ୍ଥା କରନ୍ତୁ ବା ଟୁଣ୍‌ର୍ନାମେଣ୍ଟକୁ ଘୁଞ୍ଚାଇବାର ବ୍ୟବସ୍ଥା କରନ୍ତୁ । ତେବେ ମାଳଦ୍ୱିପରେ ଏଏଫସିର ଗ୍ରୁପ-ଡି ର ସମସ୍ତ ଲିଗା ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ କରୁଥିବା ବେଳେ କରୋନା ପାଇଂ ସମସ୍ତ ମ୍ୟାଚ୍ ଏକ ଷ୍ଟାଡିୟମରେ ଖେଳାଯିବାକୁ ଅଛି ।

  • Tags:

Subscribe

National International State Sports Entertainment