ଖବର ଓଡିଶା : 17/02/2023:
ଇସ୍ତଫା ଦେଲେ ଚେତନ ଶର୍ମା । ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଇସ୍ତଫା । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ । ଯାହାକୁ ବିସିସିଆଇ ସମ୍ପାଦକ ଗ୍ରହଣ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମର କ୍ରିକେଟକୁ ନେଇ ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ଖୁଲାସା କରିଥିଲେ ଚେତନ । ଏପରିକି ଅନେକ ଖେଳାଳୀ ଫିଟ୍ ରହିବାକୁ ଇଞ୍ଜେକସନ ନେଉଥିବା କହିଥିଲେ ଚେତନ । ସେହିଭଳି ବିରାଟ ଓ ରୋହିତଙ୍କୁ ନେଇ ମଧ୍ୟ ସେ ବଡ ବୟାନ ଦେଇଥିଲେ । ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ମ୍ୟାନେଜମେଣ୍ଟ ଚାହୁଁଥିଲା ବୋଲି କହିଥିଲେ ଚେତନ । ସେହିଭଳି ରୋହିତଙ୍କୁ ଆଉ ଟି-୨୦ କ୍ରିକେଟରେ ସୁଯୋଗ ମିଳିବନି ଓ ଗାଙ୍ଗୁଲି ଏବଂ କୋହଲିଙ୍କ ମଧ୍ୟରେ ସବୁ କିଛି ଠିକ ଚାଲିନଥିବା କହିଥିଲେ ଚେତନ । ଆଉ ଚେତନଙ୍କ ଏମିତି ଖୁଲାସା କୁ ନେଇ ଚେତନଙ୍କ ଉପରେ ଖପ୍ପା ହୋଇଥିଲା ବିସିସିଆଇ । ବୋଧହୁଏ ସେହି କାରଣରୁ ଚେତନ ଆଜି ଇସ୍ତଫା ଦେଇଛନ୍ତି |