ନୂଆଦିଲ୍ଲୀ: ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନକର୍ତ୍ତା ନିକଟରେ ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି । ୧୫ ଜଣିଆ ଦଳରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଥିବା ବେଳେ ଶୁଭମନ ଗିଲଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି । ସ୍କ୍ୱାଡ ଘୋଷଣାର କିଛି ଦିନ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବଡ ପଦକ୍ଷେପ ଉଠାଇଛି । ଦଳ ଦୁଇ ଜଣ ଚୟନକର୍ତ୍ତାଙ୍କୁ ବଦଳାଇବାକୁ ନିଷ୍ପତ୍ତି ନେଇଛି । ବିସିସିଆଇ ଦୁଇ ନୂଆ ଚୟନକର୍ତ୍ତା ପାଇଁ ଅଗଷ୍ଟ ୧୨ରୁ ଆବେଦେନ ମଗାଇଛି ।
ବିସିିସିଆଇର ପ୍ରେସ ରିଲିଜ୍ ଅନୁସାରେ, ନିଜର ସିନିୟର ପୁରୁଷ, ମହିଳା ଏବଂ ଜୁନିୟୟ ପୁରୁଷ ଚୟନ କମିଟି ପଦ ପାଇଁ ଆବେଦନ ଆମନ୍ତ୍ରିତ କରୁଛି । ପୁରୁଷ ସିନିୟର ଦଳ ଚୟନ ପାଇଁ ଦୁଇ ଜଣ ଚୟନକର୍ତ୍ତାଙ୍କ ପାଇଁ ଆଜିଠୁ ଆବେଦନ ଗ୍ରହଣ କରିବ ବିସିସିଆଇ । ଚୟନ ହେବାକୁ ଥିବା ସଦସ୍ୟ ସମସ୍ତ ଫର୍ମାଟ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ପାଇଁ ଦଳ ଚୟନ କରିବେ ।
କିଏ ଆବେଦନ କରି ପାରିବେ ?
କେବଳ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା କ୍ରିକେଟର ହିଁ ଜାତୀୟ ଚୟନକର୍ତ୍ତା ହେବାକୁ ଯୋଗ୍ୟ । ଆଶାୟୀଙ୍କୁ ନିମ୍ନଲିଖିତ ମାନଦଣ୍ଡରୁ ଅତି କମରେ ଗୋଟିଏ ପୂରା କରିବାକୁ ପଡିବ ।
ସର୍ବନିମ୍ନ ୭ଟି ଟେଷ୍ଟ ଖେଳିଥିବେ ।
କିମ୍ବା ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍
କିମ୍ବା ୧୦ ଦିନିକିଆ ଏବଂ ୨୦ ପ୍ରଥମ ଶ୍ରେଣୀ କ୍ରିକେଟ୍ ।
ଅତି କମରେ ୫ ବର୍ଷ ପୂର୍ବେ କ୍ରିକେଟରୁ ସନ୍ନ୍ୟାସ ନେଇଥିବେ ।
୫ ବର୍ଷ ପାଇଁ କୌଣସି ବି ବିସିସିଆଇ କ୍ରିକେଟ କମିଟିର ସଦସ୍ୟ ନ ଥିବେ ।
ବର୍ତ୍ତମାନ ଚୟନ କମିଟିରେ ଅଜିତ ଅଗରକର, ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ଅଜୟ ରାତ୍ରା ଓ ଏସଶ ରଥ ସାମିଲ । ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଶରଥଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ନିଯୁକ୍ତ କରାଯିବାର ସମ୍ଭାବନା ରହିଛି । ଶରଥ ଜୁନିୟର ପୁରୁରଷ ଚୟନ କମିଟିର ପ୍ରମୁଖ ହେବାର ଆଶା ରହିଛି ।
ଅଧିକ ପଢନ୍ତୁ- ବଢ଼ିଲା ଅଜିତ ଅଗରକରଙ୍କ କାର୍ଯ୍ୟକାଳ