ବଲାଙ୍ଗିର: ସଦର ଥାନା ଅନ୍ତର୍ଗତ ମାୟାବରାହା ଗାଁରେ ଜଣେ ନାବାଳିକାକୁ ମରଣାନ୍ତକ ଆକ୍ରମଣ ହୋଇଛି । ଜଣେ ଯୁବକ ଗ୍ରାମର ରତ୍ନା ବରିହାଙ୍କ ନାବାଳିକା ଝିଅର ବେକ କାଟି ଚମ୍ପଟ୍ ମାରିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଜି ସକାଳେ ମାୟାବରାଗା ଗ୍ରାମର ରତ୍ନା ବରିହାଙ୍କ ଝିଅକୁ ଜଣେ ଯୁବକ ଏକ ଧାରୁଆ ଅସ୍ତ୍ରରେ ତା ଗଳା କାଟି ଦେଇଥିଲା । ନାବାଳିକାର ବେକରୁ ପ୍ରଚୁର ରକ୍ତସ୍ରାବ ହେବା ଯନ୍ତ୍ରଣା ଛଟପଟ ହେଉଥିବାବେଳେ ପରିବାର ଲୋକେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାକୁ ତାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ଏ ନେଇ ସଦର ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ଯୁବକଙ୍କ ପରିଚୟ ମିଳିନଥିବାବେଳେ ସେ ନିକଟସ୍ଥ ଗ୍ରାମର ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି । ଆକ୍ରମଣ ପଛରେ ପ୍ରେମ ସମ୍ପର୍କ ନା ଆଉ କିଛି ତାହା ଜଣାପଡ଼ିନଥିବାବେଳେ ପୋଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।