ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଓଡ଼ିଆ ଯୁବକ ଶେଖ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଥିବା ନିଶ୍ଚିତ କରିଛି । ଶେଖ ଇମ୍ରାନ ଆଉ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ରରୁ ଏବଂ ଅନ୍ୟ ଜଣେ ବିହାରର ।
ଅଭିଯୁକ୍ତମାନେ ଖଲିଫା ପ୍ରତିଷ୍ଠାର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଏହି ଗୋଷ୍ଠୀ ସାମାଜିକ ଗଣମାଧ୍ୟମ ଦ୍ୱାରା ଆତଙ୍କୀ ସଂଗଠନ ସହିତ ଯୋଡ଼ି ହୋଇଥିଲେ । ସେମାନେ ଜିହାଦ ଏବଂ "ଗଜୱା-ଏ-ହିନ୍ଦ" ମାଧ୍ୟମରେ ଭାରତରେ ଏକ "ଇସଲାମିକ୍ ରାଷ୍ଟ୍ର" ଗଠନ କରିବାକୁ ଚେଷ୍ଟା କରୁଥିଲେ । ଏପରିକି ଖୁରାସାନରୁ ଲସ୍କର ଆସିବା ଓ କଳା ପତାକା ଉଡ଼ାଉଥିଲେ । ଏନକ୍ରିପ୍ଟେଡ୍ ସୋସିଆଲ ମିଡିଆ ଗ୍ରୁପ୍ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ମୌଳବାଦୀରେ ସାମିଲ ହେବାକୁ ପ୍ରେରିତ କରୁଥିଲେ ।
ଏମାନେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ । ଶେଖ ଇମ୍ରାନ ରାମ ମନ୍ଦିର, ସଂସଦ, ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ ସୋସିଆଲ୍ ମିଡ଼ିଆରେ ଅଭିଯାନ ଚଳାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କ ନିକଟରୁ ଏକ ଆଇଇଡି ଜବତ କରାଯାଇଛି । ଦୁଇ ଜଣ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରି ଏକ ରିମୋଟ-କଣ୍ଟ୍ରୋଲ୍ ଆଇଇଡି ତିଆରି କରିବା ପାଇଁ ଯୋଜନା କରୁଥିଲେ। ମହାରାଷ୍ଟ୍ର ମୋସେବ ଅହମ୍ମଦ
ଆଇଡି ତିଆରି କରୁଥିବାବେଳେ ମହାରାଷ୍ଟ୍ରର ମହମ୍ମଦ ହାମ୍ମଦ ବିସ୍ଫୋରଣ ସାମଗ୍ରୀ ଯୋଗାଉଥିଲା । ସେହିପରି ବିହାରରେ ପାଣି ପାଇମ କାମ କରୁଥିବା ମହମ୍ମଦ ସୋହେଲ୍ ସୋସିଆଲ୍ ମିଡ଼ିଆରେ ଅର୍ଥ ସଂଗ୍ରହ କରୁଛନ୍ତି । ସେ କ୍ୟୁଆର୍ କୋଡ୍ ଓ ବ୍ୟାଙ୍କ ଆକାଉଣ୍ଟରେ ଜିହାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା। ଏଥିସହ ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ଶାରୀରିକ ପ୍ରଶିକ୍ଷଣର ପ୍ରତିଶ୍ରୁତି ଦେଉଥିଲା।
ଗତ ୧୦ ତାରିଖ ରାତିରେ ଦିଲ୍ଲୀ ପୋଲିସ ଶେଖ ଇମ୍ରାନକୁ ଭୁବନେଶ୍ୱରରୁ ଉଠାଇ ନେଇଥିଲା । ସେ ଭୁବନେଶ୍ୱରରେ ଏକ ଡେଲିଭରି ବୟ ଭାବେ କାମ କରୁଥିଲା ବୋଲି ତାଙ୍କ ବାପା କହିଛନ୍ତି ।