କେନ୍ଦୁଝର: ପୁଣି ସାମ୍ନାକୁ ଆସିଛି ଘରୋଇ ହିଂସାର ଭୟଙ୍କର ଚିତ୍ର। କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ରୁଗୁଡ଼ି ସାହିରେ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ। ଟଙ୍କା କେଇଟା ପାଇଁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଆସିଛି।
ଘଟଣା ମୁତାବିକ ଅଭିଯୁକ୍ତ ଶ୍ରୀକାନ୍ତ ମହାକୁଡ଼ ବାହାରେ କାମ କରୁଥିଲେ ଏବଂ ସେ ନିଜ ସ୍ତ୍ରୀ ଚମ୍ପା ମହାକୁଡ଼ଙ୍କୁ ୧୨ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ସେଥିରୁ ୪ ହଜାର ଟଙ୍କା ଖର୍ଚ୍ଚ ହୋଇଯିବାକୁ ନେଇ ଦୁହେଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦ ନେଲା ଭୟଙ୍କର ରୂପ ନେଇଥିଲା। ଶେଷରେ ରାଗରେ ଅନ୍ଧ ହୋଇ ସ୍ୱାମୀ ସ୍ତ୍ରୀଙ୍କୁ ପିଟି ପିଟି ଜୀବନରୁ ମାରିଦେଇଛି।
ହତ୍ୟାକାଣ୍ଡ ବାବଦରେ ସୂଚନା ପାଇ ବାଂଶପାଳ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଗାଁରେ ଏହି ଘଟଣାକୁ ନେଇ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ଲଗାତାର ଏଭଳି ଘଟଣା ଓଡିଶାରେ ଘରୋଇ ହିଂସାର ଭୟାବହ ଚିତ୍ରକୁ ସମ୍ମୁଖକୁ ଆଣିଛି, ଯାହା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ହୋଇଉଠିଛି।
ଅଧିକ ପଢନ୍ତୁ: ପାଣି ମାଗିବା ବାହାନାରେ ଘରେ ପଶିଲା, ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ