ଓଭାଲ: ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ ଭାବରେ ଅଧିନାୟକ ବେନ ଷ୍ଟୋକ୍ସ ଦଳରୁ ବାଦ୍ ପଡ଼ିଛନ୍ତି। ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ପଞ୍ଚମ ଟେଷ୍ଟରେ ଅଲି ପୋପ୍ ଅଧିନାୟକ ସମ୍ଭାଳିବେ। ଚୂଡ଼ାନ୍ତ ଏକାଦଶରେ ଷ୍ଟୋକ୍ସଙ୍କ ସ୍ଥାନରେ ଯୁବ ଷ୍ଟାର ବ୍ୟାଟସମ୍ୟାନ୍ ଜାକବ୍ ବେଥେଲଙ୍କୁ ସୁଯୋଗ ମିଳିଛି। ଷ୍ଟୋକ୍ସଙ୍କ ବ୍ୟତୀତ ସ୍ପିନ୍ ଅଲରାଉଣ୍ଡର ଲିଆମ୍ ଡସନ୍ ମଧ୍ୟ ପଞ୍ଚମ ଟେଷ୍ଟରୁ ବାହାରେ ଅଛନ୍ତି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ୍ ଜୁଲାଇ ୩୧ରୁ ଲଣ୍ଡନର କେନିଂଟନ୍ ଓଭାଲ୍ରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡ ବୁଧବାର ତାର ଚୂଡ଼ାନ୍ତ ଏକାଦଶରେ ଚାରି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିଛି। ଆଶ୍ଚର୍ଯ୍ୟଜନକ ଭାବରେ, ଇଂଲଣ୍ଡ ଦଳରେ କୌଣସି ସ୍ପିନର ନାହାନ୍ତି। ସେହି ସମୟରେ ଏହି ମ୍ୟାଚରେ ଭାରତୀୟ ଦଳ ତିନି ଜଣ ସ୍ପିନରଙ୍କୁ ଖେଳାଇବା ଉପରେ ବିଚାର କରୁଛି।
ଇଂଲଣ୍ଡର ଘାତକ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଧ୍ୟ ପଞ୍ଚମ ଟେଷ୍ଟରୁ ବାହାରେ ଅଛନ୍ତି। ତାଙ୍କ ସ୍ଥାନରେ ଯୁବ ଦ୍ରୁତ ବୋଲର ଜୋଶ୍ ଟଙ୍ଗଙ୍କୁ ଚୂଡ଼ାନ୍ତ ସାମିଲ କରାଯାଇଛି। ପଞ୍ଚମ ଟେଷ୍ଟରୁ ମୋଟ ଚାରି ଜଣ ଖେଳାଳିଙ୍କୁ ବାଦ୍ ଦେଇଛି ଇଂଲଣ୍ଡ। ଏଥିରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର, ବ୍ରାଇଡନ୍ କାର୍ସ, ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ସ୍ପିନ୍ ଅଲରାଉଣ୍ଡର ଡାସନ ସାମିଲ। ଏହି ଚାରି ଜଣଙ୍କ ସ୍ଥାନରେ ଜାକବ୍ ବେଥାଲ୍, ଗସ୍ ଏଟଙ୍କିସନ, ଜେମି ଓଭରଟନ୍ ଏବଂ ଜୋଶ୍ ଟଙ୍ଗ୍ଙ୍କୁ ପ୍ଲେଇଂ ଇଲେଭେନ୍ରେ ସାମିଲ କରାଯାଇଛି।
ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ - ଜ୍ୟାକ କ୍ରାଉଲି, ବେନ୍ ଡକେଟ, ଓଲି ପୋପ୍ (ଅଧିନାୟକ), ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜାକବ୍ ବେଥେଲକ, ଜେମି ସ୍ମିଥ୍ (ୱିକେଟକିପର), କ୍ରିସ୍ ୱକ୍ସ, ଗସ୍ ଏଟଙ୍କିସନ, ଜେମି ଓଭରଟନ୍ ଏବଂ ଜୋଶ୍ ଟଙ୍ଗ୍।
ସୂଚନାଯୋଗ୍ୟ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ଏବଂ ପଞ୍ଚମ ଟେଷ୍ଟ ମ୍ୟାଚ୍ ଜୁଲାଇ ୩୧ରୁ ଲଣ୍ଡନର କେନିଂଟନ୍ ଓଭାଲ୍ରେ ଖେଳାଯିବ। ଆୟୋଜକ ଇଂଲଣ୍ଡ ସିରିଜରେ ୨-୧ରେ ଆଗୁଆ ଅଛି। ସିରିଜ୍ ହାରିବାରୁ ରକ୍ଷା ପାଇବା ପାଇଁ ଟିମ୍ ଇଣ୍ଡିଆକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ମ୍ୟାଚ୍ ଡ୍ର ରହିଲେ ବି ସିରିଜ୍ ଇଂଲଣ୍ଡ ଦଳର ନାମରେ ରହିବ।