ଆଜି ହେଉଛି ଅଧିବର୍ଷ । ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡିଥାଏ । ଯେଉଁବର୍ଷ ଅଧିବର୍ଷ ପଡିଥାଏ ସେହି ବର୍ଷ ୩୬୬ ଦିନରେ ସଂପୂର୍ଣ୍ଣ ହୁଏ । ଅଧିବର୍ଷରେ ଫେବୃଆରୀ ମାସ ୨୮ ଦିନ ପରିବର୍ତ୍ତେ ୨୯ ଦିନ ପଡିଥାଏ । ୨୦୨୪ ଫେବୃୟାରୀରେ ଯୋଡି ହୋଇଛି ଆଉ ଏକ ଦିନ । ୪ ବର୍ଷରେ ପାଳିତ ହେଉଛି ଅଧିବର୍ଷ । ଯେଉଁବର୍ଷ ଫେବୃଆରୀ ମାସରେ ୨୯ ତାରିଖ ଆସିଥାଏ ସେହି ଦିନକୁ ଅଧିଦିବସ ବା ଲିପ୍ ଡେ’ କୁହାଯାଏ ।
ପୃଥିବୀ ସୂର୍ଯ୍ୟର ପରିକ୍ରମା କରିବାପାଇଁ ୩୬୫ ଦିନ ଓ ଦିନରେ ୬ ଘଣ୍ଟା ସମୟ ନେଇଥାଏ।ଏହା ହବାରୁ ପ୍ରତି ୪ ବର୍ଷରେ ଏକ ଦିନ ଅଧିକ ହେଇଥାଏ। ଆଉ ୨୪ ଘଣ୍ଟା ରେ ଏକ ଦିନ ହେଇଥାଏ। ଯେହେତୁ ୬ରେ ୪ ଗୁଣିଲେ ୨୪ ହେଉଛି ତେଣୁ ୪ ବିଭାଜ୳ ବର୍ଷରେ ଅଧିବର୍ଷ ପଡିଥାଏ । ଏହାର ସଂଶାଧନ ପାଇଁ ପ୍ରତି ଚାରି ବର୍ଷରେ ଫେବୃଆରୀ ମାସରେ ଏକ ଅତିରିକ୍ତ ଦିନ କ୍ୟାଲେଣ୍ଡରରେ ଯୋଗ କରି ଦିଆଯାଇଛି। ବର୍ଷରେ ଫେବ୍ରୁଆରୀ ମାସରେ ୨୮ ଦିନ ହେଇଥାଏ ଓ ଅନ୍ୟ ମାସରେ ୩୦ ଓ ୩୧ ଦିନ ହେଇଥାଏ।ସେଥିପାଇଁ ସନ୍ତୁଳନ ରଖିବା ପାଇଁ ୨୮ ଦିନରେ ଆଉ ଗୋଟେ ଦିନ ଯୋଡିଦିଆଯାଇଥାଏ ଫେବ୍ରୁଆରୀ ମାସରେ ତେଣୁ ପ୍ରତି ୪ ବର୍ଷରେ ୨୯ ଦିନ ହେଇଥାଏ।