ହ୍ଵାଟ୍ସଆପରେ ଗୋପନ ରଖିହେବ ନମ୍ବର । ଖୁବଶୀଘ୍ର କମ୍ପାନୀ ଆଣିବ ଏହି ସୁବିଧା । ବିଶେଷକରି ହ୍ଵାଟ୍ସଆପରେ ଗ୍ରୁପରେ ନିଜ ନମ୍ବରକୁ ଲୁଚାଇ ପାରିବେ ବ୍ୟବହାରକାରୀ | ବର୍ତମାନ କିଛି ବ୍ୟବହାରକାରୀଙ୍କୁ ନେଇ କମ୍ପାନୀ ଏହା ଉପରେ ପରୀକ୍ଷଣ ଚଳାଇଛି ।
ହ୍ଵାଟ୍ସଆପ ଏହାର ' ଫୋନ ନମ୍ବର ପ୍ରାଇଭେସି' ଉପରେ କାର୍ଯ୍ୟ କରୁଛି ଯାହା ଉଭୟ ଆଣ୍ଡ୍ରଏଡ଼ ଏବଂ ଆଇ -ଫୋନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ | ଏହି ସୁବିଧା ଉପଲବ୍ଧ କରିବା ପାଇଁ ହ୍ଵାଟ୍ସଆପର ସଦ୍ୟତମ ବିଟା ଅପଡେଟକୁ ଇନଷ୍ଟଲ କରିବାକୁ ହେବ । ଅପଡେଟ ପରେ କମ୍ୟୁନିଟିରେ ' ଫୋନ ନମ୍ବର ପ୍ରାଇଭେସି' ନାମକ ଏକ ସୁବିଧା ଉପଲବ୍ଧ ଥିବା ଦେଖିବାକୁ ମିଳିବ | ' ଫୋନ ନମ୍ବର ପ୍ରାଇଭେସି' ସୁବିଧାକୁ ବ୍ୟବହାର କଲେ କେବଳ ଗ୍ରୁପର ଆଡମିନ ଏବଂ ଯିଏ ନମ୍ବର ସେଭ କରିଥିବ ସେମାନେ ନମ୍ବର ଦେଖିପାରିବେ | ଅନ୍ୟମାନଙ୍କ ଲାଗି ଫୋନ ନମ୍ବର ଗୋପନ ରହିବ । ଉପଭୋକ୍ତାଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ହ୍ଵାଟ୍ସଆପ ବିଭିନ୍ନ ସମୟରେ ନୂଆ ନୂଆ ଫିଚର ଆଣୁଛି ।