ଯଦି କୌଣସି ଶିକାରୀ ଏବଂ ଶିକାର ଏକାଠି ଫସିଯିବେ ତେବେ କଣ ହେବ । ନିଶ୍ଚିତ ଭାବେ ଏହା ଏକ ଶିକାର ପାଇଁ ଅତ୍ୟନ୍ତ ଚିନ୍ତାଜନକ ବିଷୟ । ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଯାହାକୁ ଆଇଏଫଏସ୍ ଅଧିକାରୀ ପରବିନ୍ କସୱାନ ସେୟାର କରି ପଚାରିଛନ୍ତି କି 'ଭୋଜନ ନା ସ୍ବାଧୀନତା । ଆଶ୍ଚର୍ଯ୍ୟ କରିଦେବା ଭଳି ଏହି ଫଟୋରେ ଦେଖୁବାକୁ ମିଳୁଛି କି ଗୋଟିଏ ଶୌଚାଳୟରେ ଏକ କଲରାପତରିଆ ସହିତ ଗୋଟିଏ କୁକୁର ବନ୍ଦୀ ହୋଇଯାଇଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ପୁରୁଣା ଫଟୋକୁ ଆଇଏଫଏସ୍ ଅଧିକାରୀ ପରବିନ୍ କାସୱାନ ଗତ ୬ ଅଗଷ୍ଟରେ ସେୟାର କରିଥିଲେ, ଯାହାକୁ ଏପର୍ଯ୍ୟନ୍ତ ୭୪ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଇଣ୍ଟରନେଟରେ ଏବେ ଏହି ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋକୁ ସେୟାର କରି କ୍ୟାପ୍ସନରେ ଲେଖାଯାଇଛି କି 'ସ୍ବାଧୀନତା ନା ଭୋଜନ' । ୨୦୨୧ର ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ଯେବେ ଗୋଟିଏ କୁକୁର ଏବଂ ଏକ କଲରାପତରିଆ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଥିବା ଏକ ଶୌଚାଳୟରେ କିଛି ସମୟ ପାଇଁ ଫସିଯାଇଥିଲେ । ଏହାପରେ ବନ ବିଭାଗ ଉଭୟଙ୍କୁ ଉଦ୍ଧାର କଲେ । ଯେତେବେଳେ କୁକୁର ଜୀବିତ ବାହାରକୁ ଆସିଲା, ସେବେ ସମସ୍ତେ ଚକିତ ହୋଇଗଲେ । କାରଣ କଲରାପତରିଆ ତାକୁ ଟିକେ ବି ଆକ୍ରମଣ କରିନଥିଲା କାରଣ ସେ ବୁଝିଥିଲା ସ୍ଵାଧୀନତା ଭୋଜନଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ ।
ସୋସିଆଲ ମିଡିଆରେ ଏହି ଫଟୋକୁ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ଲାଇକ୍ କରିସାରିଛନ୍ତି । ଫଟୋ ଦେଖ୍ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି 'ବାଘଟି ବୁଝିଗଲା ଯେ ଏଭଳି ପରିସ୍ଥିତିରେ କୁକୁରକୁ ମାରିବା ଠିକ୍ ନୁହେଁ । ବରଂ କେମିତି ସେ ମୁକୁଳିବ ତାହା ଥିଲା ଗୁରୁତ୍ଵପୂର୍ଣ୍ଣ ।