ପୁଣି ଦିଲ୍ଲୀ ମେଟ୍ରୋରେ ରୋମାନ୍ସ କଲେ ଦମ୍ପତି । ମେଟ୍ରୋରେ ଭୁଲିଗଲେ ସବୁ ଲାଜ୍ଜସରମ । ମେଟ୍ରୋ ଭିତରେ ଲୋକେ ଭର୍ତ୍ତି ହୋଇଥିବା ବେଳେ ସବୁକିଛି ଭୁଲି ଅଶ୍ଲୀଳକାଣ୍ଡ କରିବାକୁ ଲାଗିଲେ ଦମ୍ପତି । ଆଉ ଏହାର ଭିଡ଼ିଓ ମୋବାଇଲରେ କଏଦ କରି ଭାଇରଲ କଲେ ଟ୍ରେନରେ ବସିଥିବା ଜଣେ ବ୍ୟକ୍ତି । ତେବେ ଏଭଳି ଭିଡିଓ ଭାଇରଲ ହେବା ପରେ ଦମ୍ପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଯାତ୍ରୀ ।
ସୂଚନା ଅନୁସାରେ , ବହୁ ସମୟରେ ମେଟ୍ରୋ ଟ୍ରେନରେ ଦମ୍ପତି ପରସ୍ପରକୁ ଆଲିଙ୍ଗନ କରି ଅଶ୍ଳୀଳ ହରକତ କରୁଛନ୍ତି ଏହା ଭିଡିଓରେ ଦେଖିବାକୁ ମିଳିଛି। ଟ୍ରେନରେ ଲୋକେମାନେ ଥିଲେ ମଧ୍ୟ ସେମାନଙ୍କୁ କୌଣସି ଫରକ ପଡୁନି । ଦମ୍ପତି ପରସ୍ପର ସହିତ ଅଶ୍ଳୀଳ ହୋଇଚାଲିଛନ୍ତି । ଏହାକୁ ଦେଖି ଅନ୍ୟମାନେ ଲଜ୍ଜିତ ମନେ କରୁଛନ୍ତି । ଏହି ଭିଡ଼ିଓ ଦେଖି ଜଣେ ସମାଜସେବୀ ଏହାକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଦିଲ୍ଲୀ ମେଟ୍ରୋରେ ଦିନକୁ ଦିନ ଅଶ୍ଳୀଳତା ବଢିବାରେ ଲାଗିଛି । ଏହା ଉପରେ ବିଚାର କରିବା ଜରୁରୀ । ଲୋକମାନେ ଏହାକୁ ଦେଖି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।