ଭାରତର ମୋଷ୍ଟ ପପୁଲାର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଏବେ ପୁଣି ଭାଇରଲ ମୋଡରେ । ମାହିଙ୍କର ଫ୍ୟାନବେସର କଥା ତ ନକହିଲେ ନଚଳେ । ସେ ପୁଅ ହଉ କି ଝିଅ ମାହିଙ୍କର ଭଲପାଇବାରେ ସମସ୍ତେ ଡୁବି ରହିଥାନ୍ତି । ସେ ଘରେ ରୁହନ୍ତୁ କି ବାହାରେ, ଫ୍ଲାଇଟରେ ରୁହନ୍ତୁ କି ଖେଳ ପଡ଼ିଆରେ ମାହି ସବୁଜାଗାରେ ସମସ୍ତଙ୍କ ଆଖିରେ ଆସିହିଁ ଯାଆନ୍ତି । ତେବେ ତାଙ୍କ ପର୍ସନାଲିଟି ବିଷୟରେ କଣ ହିଁ କହିବା । ମାହିଙ୍କ ଫ୍ୟାନମାନେ ସବୁବେଳେ ମାହିଙ୍କ ପାଇଁ କିଛି ନ କିଛି ସ୍ପେସିଆଲ ତ କରିହିଥାନ୍ତି । କେବେ ତାଙ୍କ ଫ୍ୟାନମାନଙ୍କୁ ତାଙ୍କ କାର ପଛରେ ଦୌଡ଼ିବାର ଦେଖାଯାଏ ତ ପୁଣି ଫ୍ୟାନମାନେ କେବେ ତାଙ୍କ ପାଇଁ ଢ଼େରସାରା ଗିଫ୍ଟ ପଠେଇଥାନ୍ତି । ତେବେ ମାହିଙ୍କ ପ୍ରତି ତାଙ୍କ ଫ୍ୟାନମାନଙ୍କର ଭଲପାଇବାର ଦୃଶ୍ୟ ଆମେ ସବୁବେଳେ କେଉଁଠି ନ କେଉଁଠି ଦେଖିବାକୁ ପାଇଥାଉ ।
ଠିକ୍ ସେମିତି ଏକ ଭିଡ଼ିଓଟି ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାର ଦେଖାଯାଉଛି । ଭିଡ଼ିଓଟି ରେ ଧୋନି ନିଜ ପତ୍ନୀ ସାକ୍ଷୀଙ୍କ ସହ ଫ୍ଲାଇଟରେ ଯିବାବେଳେ ଦୁଇ ଜଣ ଏୟାରହଷ୍ଟେସ୍ ମାହିଙ୍କୁ ଚକୋଲେଟ ଦେଇ ସ୍ୱାଗତ ଜଣାଇଥିଲେ । ତେବେ କ୍ୟାପଟେନ କୁଲ ନିଜ କୁଲ ଅନ୍ଦାଜରେ ନିଜ ଫ୍ୟାନଙ୍କ ଭଲପାଇବାକୁ ଖୁସିର ସହ ଗ୍ରହଣ କରିଥିଲେ । ପରେ ଧୋନି ଶୋଇଥିଲାବେଳେ ଜଣେ ଏୟାରହଷ୍ଟେସ୍ ଗୋଟିଏ ଭିଡ଼ିଓ ରେକର୍ଡ କରିଥିଲେ । ଯେଉଁଥିରେ ସାକ୍ଷୀ କିଛି କାମରେ ବ୍ୟସ୍ତଥିଲା ବେଳେ ଏୟାରହଷ୍ଟେସ୍ ଜଣକ 'କ୍ୟାସେ ସମଝାଉଁ ତୁମହେ ମେରା ପେହେଲା ପେହେଲା ପ୍ୟାର ହେ' ଗୀତରେ ରିଲସ୍ ତିଆରିକରି ଅପଲୋଡ଼ କରିଥିଲେ । ଭିଡ଼ିଓଟି ଅପଲୋଡ଼ କରିବା ପରେ ମାହିଙ୍କର ଫ୍ୟାନମାନେ ଟିକେ କ୍ଷୋଭ ପ୍ରକାଶ କରିବା ସହ ଏୟାରହଷ୍ଟେସ୍ ଙ୍କୁ ଗାଳି ମଧ୍ୟ କରିଛନ୍ତି । କିଛି ଭିୟୁୟର୍ସ କହିଛନ୍ତି ଯେ , ଏୟାରହଷ୍ଟେସ୍ ହୋଇ ମାହିଙ୍କର ପ୍ରାଇଭେସିକୁ ସମ୍ମାନ ଦେବା ଦରକାର ତଥା ଅନ୍ୟ ଭିୟୁୟର୍ସ କହିଛନ୍ତି ଯେ ଏହି ଭଳି ଭିଡ଼ିଓ ପାଇଁ ଏୟାରହଷ୍ଟେସ୍ ଜଣଙ୍କୁ ଆରେଷ୍ଟ କରିବା ଦରକାର । ଏଥିରୁ ଆମେ ଜାଣିପାରୁଥିବା ଯେ, ମାହିଙ୍କ ପାଇଁ ତାଙ୍କ ଫ୍ୟାନମାନଙ୍କର ଭଲପାଇବା କେତେ ଅଧିକ ।