ନୂଆବର୍ଷରେ ବଦଳିବ ନବୀନଙ୍କ କ୍ୟାବିନେଟ୍ ଚେହେରା
Khabar Odisha:State-cabinet-will-change-in-the-New-Year

ଭୁବନେଶ୍ୱର, ଜାନୁଆରୀ ୧ (ଖବର ଓଡ଼ିଶା) : ନୂଆବର୍ଷକୁ ନେଇ ରାଜ୍ୟର ରାଜନେତା ମାନେ ଯେତିକି ଉତ୍ସୁକ ଅଛନ୍ତି ତା ଠାରୁ ଅଧିକ ଉତ୍ସୁକ ରାଜ୍ୟ ମନ୍ତ୍ରୀମଣ୍ଡଳର ନୂଆ ରୂପ କୁ ନେଇ ଅଛନ୍ତି । ନୂଆବର୍ଷରେ ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ର ରୂପରେଖ ବଦଳିବାକୁ ଯାଉଛି ଯାହାକୁ ନେଇ ଏବେ ଠାରୁ ରାନୈତିକ ମାହୋଲ ଉଷ୍ମ ହେବାରେ ଲାଗିଲାଣି ।

ତେବେ କ୍ୟାବିନେଟ୍ ରେ କାହାକୁ ମିଳିବ ଏଣ୍ଟ୍ରି ଟିକେଟ୍ ଆଉ କାହାକୁ ମିଳିବ ଏକଜିଟ୍ ଟିକେଟ୍ ତାକୁ ନେଇ ଏବେ ଠାରୁ ଯୋର ଧରିଛି କଳ୍ପନାଜଳ୍ପନା । ଗତ ଥର ଭଳି ବହୁ ହେଭି ୱେଟ୍ ନେତାକୁ ଏଚ୍ଛର ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯାଇ ନୂଆକରି ମନ୍ତ୍ରୀ ହୋଇଥିବା ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯିବ ନା ଅଭିଜ୍ଞତା ଥିବା ମନ୍ତ୍ରୀ ମାନଙ୍କ ଉପରେ ଭରସା କରିବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଦ୍ୱନ୍ଦରେ ସମସ୍ତେ ।

ଅନ୍ୟପଟେ ୨୦୨୦ରେ ବିଜେଡ଼ି ସରକାର ଅନେକ ବିବାଦ ଭିତରେ ଛନ୍ଦି ହୋଇ ପଡିଥିବା ବେଳେ ଦଳର ଭାବମୃତ୍ତି ସଜାଡିବା ପାଇଁ ବିବାଦୀୟ ମନ୍ତ୍ରୀ ମାନଙ୍କୁ ଏଥର କ୍ୟାବିନେଟ୍ ରୁ ବାଦ୍ ଦିଆଯିବ ବୋଲି ମଧ୍ୟ ଚର୍ଚ୍ଚା ଯୋର ଧରିଛି ।

ଏଥିସହିତ ଯେଉଁ ମନ୍ତ୍ରୀ ମାନଙ୍କ ବିବାଦୀୟ ବୟାନ୍ ଯୋଗୁଁ ଦଳ ଅସୁବିଧାର ସମ୍ମୁଖୀନ ହୋଇଛି ସେମାନଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦିଆଯିବ ବୋଲି ସୂଚନା ରହିଥିôବା ବେଳେ ଖୁବ୍ ଶୀଘ୍ର ବିଜେଡ଼ି ସୁପ୍ରିମୋ ନିଜ ମନ୍ତ୍ରୀମଣ୍ଡଳର ଚେହେରା ବଦଳାଇବାକୁ ଯାଉଛନ୍ତି ।

  • Tags:

Subscribe

National International State Sports Entertainment