ମହାରାଷ୍ଟ୍ର: ମୃତ୍ୟୁ କେତେବେଳେ କାହାକୁ କେମିତି ଆସିବ ତାହା କହିବା ମୁସ୍କଲି। କିଏ ନାଚୁଥିବା ବେଳେ ଟଳିଯାଉଛି ତ ଆଉ କିଏ ଖେଳୁଖେଳୁ ମରିଯାଉଛି। ଏବେ ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାରୁ ସେପରି ଏକ ଘଟଣା ସାମ୍ନାକୁ ଆସିଛି। କଲେଜର ଜଣେ ଛାତ୍ରୀ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ସେ ତଳେ ପଡିଯାଉଛନ୍ତି। ଆଉ ସାଙ୍ଗସାଥୀ ମାନେ ଦୌଡିଯାଇ ତାଙ୍କୁ ଉଠାଇବା ବେଳକୁ ସେ ବେହୋସ୍ ହୋଇଯାଉଛନ୍ତି, ଆଉ ଡାକ୍ତର ତାଙ୍କୁ ମୃତଘୋଷଣା କରୁଛନ୍ତି। ଏହି ଭିଡ଼ଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବିକ, କଲେଜରେ ବିଦାୟ ସମାରୋହ ପାଳନ ହେଉଥିଲା। ୨୦ ବର୍ଷୀୟ ଏହି ଛାତ୍ରୀ ଜଣକ ମଞ୍ଚରେ ଛିଡା ହୋଇ ଭାଷଣ ଦେଉଥିଲେ। ତେବେ ହଠାତ୍ ସେ ସେଠାରେ ପଡିଗଲେ, ଆଉ ସାଙ୍ଗସାଥି ଉଠାଇବା ବେଳକୁ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା।
ଏବେ ନିକଟରେ ସମାନ ଘଟଣା ଉତ୍ତର ପ୍ରଦେଶର ବରେଲୀରେ ଘଟିଛି। ଏଠାରେ ଜଣେ ଦମ୍ପତି ନିଜ ୨୫ତମ ବିବାହ ବାର୍ଷିକ ପାଳୁଥିବା ବେଳେ ମଞ୍ଚ ଉପରେ ନାଚୁଥିଲେ। ତେବେ ନାଚିବା ଭିତରେ ବ୍ୟକ୍ତି ଜଣକ ହଠାତ୍ ତଳେ ପଡ଼ି ମୃତ୍ୟୁବରଣ କରୁଛନ୍ତି।
ଅଧିକ ପଢନ୍ତୁ: ୨୫ତମ ବିବାହ ବାର୍ଷିକରେ ସେଲିବ୍ରେସନ ଚାଲିଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ; ପତ୍ନୀ ସହ ନାଚୁଥିବା ବେଳେ ଆସିଲା ହାର୍ଟଆଟାକ୍