କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, କୌଣସି ବି ଯୋଗ୍ୟ ଶିକ୍ଷକଙ୍କ ଚାକିରି ଯିବ ନାହିଁ । ସୁପ୍ରିମକୋର୍ଟଙ୍କ ଦ୍ୱାରା ପଶ୍ଚିମବଙ୍ଗର ୨୬ ହଜାର ଶିକ୍ଷକ ଓ କର୍ମଚାରୀଙ୍କ ନିଯୁକ୍ତି ବାତିଲ୍ ହେବା ପରେ ମମତା ବାନାର୍ଜୀଙ୍କ ଏହି ବୟାନ ସାମ୍ନାକୁ ଆସିଛି ।
ମମତା ଦୁଃଖ ପ୍ରକାଶ କରି କହିଛନ୍ତି,ସୁପ୍ରିମକୋର୍ଟଙ୍କ ବୟାନରେ ମୋ ହୃଦୟ ବହୁତ ଦୁଃଖିତ । ମୁଁ ଭୟଭୀତ ଯେ, ଯଦି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କିଛି କହିବି ମୋତେ ଜେଲ୍ ହୋଇପାରେ । ତଥାପି କହୁଛି ଯେ, ଯଦି କିଏ ମୋତେ ଚ୍ୟାଲେଞ୍ଜ ଦେବ, ମୋତେ ଏହାର ଜବାବ ଦେଇ ଆସେ । ମୋର ସଂକଳ୍ପ ଯୋଗ୍ୟ ଶିକ୍ଷକଙ୍କ ଚାକିରି ସୁନିଶ୍ଚିତ କରାଯିବ ଓ କାହାରିକୁ ନିଜର ଚାକିରି ହରାଇବାକୁ ପଡିବ ନାହିଁ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମିତି ବୟାନ ଦେଇ ଶିକ୍ଷକଙ୍କୁ ନିଜ ସରକାରଙ୍କ ସକରାତ୍ମକ ବୟାନ ଦେବାକୁ ଚେଷ୍ଟା କରିଛନ୍ତି । ସରକାର ସେମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ଚାକିରି ବଞ୍ଚାଇବା ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧ । ମମତା ପ୍ରଶ୍ନ ଉଠାଇଛନ୍ତି ଯେ, ସୁପ୍ରିକୋର୍ଟଙ୍କୁ ଏହା ସ୍ପଷ୍ଟ କରିବା ଉଚିତ୍ ଯେ, କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ । ଏହା ଉପରେ ଆମକୁ ଏକ ତାଲିକା ଦିଆଯାଉ ।
ସେ କହିଛନ୍ତି, କାହାରିକୁ ବି ଶିକ୍ଷା ବ୍ୟବସ୍ଥା ଭାଙ୍ଗିବାର ଅଧିକାର ନାହିଁ । ମମତା ଉଦାହରଣ ଦେଇ କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ମଧ୍ୟ ଅନେକ ଅଭିଯୋଗ ଆସିଥିଲା । ମାତ୍ର ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରି ନ ଥିଲେ । କାହିଁକି ପଶ୍ଚିମବଙ୍ଗକୁ କେବଳ ଟାର୍ଗେଟ୍ କରାଯାଉଛି । କଣ ପଶ୍ଚିମବଙ୍ଗ ଲୋକଙ୍କ ପ୍ରତିଭାରେ ସମସ୍ତେ ଭୟଭୀତ ।