କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟତର ତୃଣମୂଳ କଂଗ୍ରେସର କାଉନସିଲର ଦୁଲାଲ ସରକାର ଓରଫ୍ ବାବଲା ସରକାରଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ମାଲଦା ଜିଲ୍ଲାରେ ତାଙ୍କ ଉପରେ ଗୁଳି ବର୍ଷା କରିଛନ୍ତି ୪ ଜଣ ଦୁର୍ବୃତ୍ତ ।
ମଲଦା ଜିଲ୍ଲାର ଝଲଝଲିଆ ଅଞ୍ଚଳରେ ୪ ଜଣ ଦୁର୍ବୃତ୍ତ ଏକ ବାଇକ ଆସି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଚିହ୍ନଟ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ବାବଲାଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମମତା ବାନାର୍ଜୀ । ବାବଲା ଏବଂ ତାଙ୍କ ପତ୍ନୀ ଚୈତାଳୀ ସରକାର ଦଳ ପାଇଁ କଠିନ ପରିଶ୍ରମ କରିଛନ୍ତି । ବାବଲା କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶୋକ ସନ୍ତପ୍ତ ପରିବାରକୁ କିପରି ସମବେଦନା ଜଣାଇବି ବୋଲି କହିଛନ୍ତି ମମତା । ଏଭଳି କଠିନ ପରିସ୍ଥିତିରେ ଲଢ଼ିବାକୁ ଚୈତାଳୀଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ମମତା କହିଛନ୍ତି । ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ମମତା କହିଛନ୍ତି ।