ହିସାର: ଘନ କୁହୁଡ଼ି ଯୋଗୁଁ ହରିୟାଣାର ହିସାର ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। କୁହୁଡ଼ି ଯୋଗୁଁ ଆଜି ସକାଳେ ଉକ୍ଲାନା-ସୁରେୱାଲା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୮ଟା ବେଳେ ଉକ୍ଲାନାର ସୁରେୱାଲା ଛକରୁ ଏକ କାର୍ ଚଣ୍ଡିଗଡ଼ ଅଭିମୁଖେ ଯାଉଥିଲା। ଘନ କୁହୁଡ଼ି ଯୋଗୁଁ କାରଟି ନିୟନ୍ତ୍ରଣ ହରାଇଥିଲା। କାର୍ଟି ଡିଭାଇଡରକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। ଏହି କାର୍ ପଛକୁ ଆସୁଥିବା ଅନ୍ୟ କାର୍ର ଡ୍ରାଇଭର ବ୍ରେକ୍ ଲଗାଇ ପାରିନଥିଲେ। ତାଙ୍କ କାର୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ କାର୍କୁ ଧକ୍କା ଦେଇଥିଲା। କାର୍ ଭିତରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଲୋକମାନେ କାର ଚାଳକଙ୍କୁ ବାହାର କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଚଣ୍ଡିଗଡ଼ରୁ ଆସୁଥିବା ଏକ କାର୍ ରିଲିଫ୍ ଉଦ୍ଧାର ପାଇଁ ଆସିଥିବା ଲୋକଙ୍କୁ ଧକ୍କା ଦେଇଥିଲା। ଯାହା ପରେ ଟ୍ରକଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କ୍ରେନ୍ ସାହାଯ୍ୟରେ ଟ୍ରକକୁ ହଟାଇ ଦିଆଯାଇଥିଲା। ଗାଡ଼ିଗୁଡ଼ିକୁ ଅନ୍ୟ ପାର୍ଶ୍ୱକୁ ଘୁଞ୍ଚାଇ ଦିଆଯାଇଥିଲା। ପୁଲିସ ମୃତଦେହଗୁଡ଼ିକ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅଧିକ ପଢ଼ନ୍ତୁ: ସିଡନୀ ଟେଷ୍ଟ ମ୍ୟାଚ୍ ବେଳେ ଯଶପ୍ରୀତ ବୁମରା ଆହତ