ନୋଏଡ଼ା: ଲଡୁ ପାଇଁ ମାନହାନୀ ମାମଲା । ସ୍ୱାଧିନତା ଦିବସରେ ବଣ୍ଟା ଯାଇଥିବା ଲଡୁକୁ ନେଇ ବିବାଦ ଏତେ ଉଗ୍ର ରୂପ ନେଇଛି ଯେ, ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି । ନୋଏଡ଼ାର ସେକ୍ଟର ୨୦ରୁ ଆସିଛି ଏଭଳି ନିଆରା ମାମଲା । ସୂଚନା ମୁତାବିକ ନୋଏଡ଼ା ସେକ୍ଟର ୨୦ର ଆର୍ଡବ୍ଲୁଏ ଅଧ୍ୟକ୍ଷ ବିଦ୍ୟା ସାଗର ବିରମାନି ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ଲଡୁ ବାଣ୍ଟିଥିଲେ । କିନ୍ତୁ ଲଡୁ ବଣ୍ଟନ ସମୟରେ କିଛି ଜାଲିଆତି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ୧୨ କିଲୋ ଲଡୁକୁ ପ୍ରାୟ ୭ ହଜାର ଟଙ୍କାରେ କିଣାଯାଇଥିଲା। କିନ୍ତୁ ସେସବୁ ଲଡୁକୁ କେଉଁଠି ଏବଂ କିପରି ବଣ୍ଟାଗଲା ତାହା କେହି ଜାଣିପାରିଲେ ନାହିଁ। ଏପରିକି କିଛି ଲୋକ ମନ୍ତବ୍ୟ ରଖିଥିଲେ ଯେ ବିଦ୍ୟା ସାଗର ନିଜେ ଏଭଳି ହେରଫେର କରିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ସଭାପତି ବିଦ୍ୟା ସାଗର ବିରମଣି କ୍ଷୁବ୍ଧ ହୋଇ ୧୬ ଜଣଙ୍କ ବିରୋଧରେ ୧ କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛନ୍ତି। ଏହି ବିବାଦର ଶୁଣାଣି ଜାନୁଆରୀ ୨୭ ରେ ସୁରଜପୁର କୋର୍ଟରେ ଅନୁଷ୍ଠିତ ହେବ। ଅଭିଯୋଗ ହୋଇଛି ଯେ ସ୍ୱାଧୀନତା ଦିବସରେ ତାଙ୍କ ତତ୍ୱାବଧାନରେ ଲଡ଼ୁ ବଣ୍ଟନକୁ ନେଇ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା। ଏହାପରେ କୋର୍ଟ ମଧ୍ୟ ସେମାନଙ୍କୁ ନୋଟିସ୍ କରିଛି। ମାନହାନୀ ମାମଲା ଦାୟର ହେବା ପରେ ଏ ନେଇ ସୁରଜପୁର କୋର୍ଟରେ ଆସନ୍ତା ୨୭ ତାରିଖରେ ଶୁଣାଣି ହେବ।