ଭୁବନେଶ୍ୱର: ଆସାମର ଦୀମା ହସାଓ ଅଞ୍ଚଳରେ ଥିବା ଏକ କୋଇଲା ଖଣିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଖଣିର ଗଭୀରତା ପ୍ରାୟ ୩୦୦ ଫୁଟ ହୋଇଥିବା ବେଳେ ଏଥିରେ ୧୦୦ ଫୁଟର ପାଣି ଭରିଯାଇଥିବା ବେଳେ ତିନି ଜଣ ଶ୍ରମିକଙ୍କର ସଲିଳ ସମାଧି ହୋଇଛି। ଭିତରେ ଆହୁରି ୯ ଜଣ ଶ୍ରମିକ ଫସିରହିଥିବାର ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଏନଡ଼ିଆରଏଫ, ଏସଡିଆରଏଫ ତଥା ସେନା ଯବାନ ମାନେ ଲାଗି ରହିଛନ୍ତି। ଏଯାବତ ୧୭ଜଣଙ୍କୁ ରକ୍ଷା କରାଯାଇଥିଲେ ହେଁ ରାଟ ହୋଲ ଗର୍ତ୍ତରେ ଫସିରହିଥିବା ଶ୍ରମିକଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନାହିଁ ।
ଦୀମା ହସାଓ କୋଇଲା ଖଣି ଅଘଟଣ ଆସାମର ଉମରଙ୍ଗସୋ କୋଇଲା ଖାଦାନରେ ଘଟିଯାଇଛି। ଜଣେ ବରିଷ୍ଠ ସେନାଧିକାରୀଙ୍କ ଅନୁଯାୟୀ ବିଭିନ୍ନ ଯନ୍ତ୍ରପାତି ଓ ଇଞ୍ଜିନିଅର ମାନଙ୍କ ସହିତ ଚିକିତ୍ସକ ଦଳ ମାନେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହିତ ସମସ୍ତେ ମିଳିତ ପ୍ରଚେଷ୍ଠା ଜାରି ରଖିଛନ୍ତି।
ଏହି ଖଣିରେ ମୁଷାଗର୍ତ୍ତ ଭଳି ଖାଦାନରେ ପାଣି ପଶିଯିବାରୁ ଶ୍ରମିକ ମାନେ ଏଥିରେ ଫସିରହିଛନ୍ତି। ଉପର ଭାଗରୁ ପାଣିରେ ଶ୍ରମୀକଙ୍କର ହେଲ୍ମେଟ ଓ ଜୋତା ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଆସାମ ରାଇଫଲସର ୩୨ ଜଣ ସଦସ୍ୟ, ଇଞ୍ଜିନିଅର ଟାସ୍କ ଫୋର୍ସ ଓ ପାରା ଡାଇଭର୍ସ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।