ମୁମ୍ବାଇ: ବଢିଲା ବଲିଉଡ ଭାଇଜାନ୍ ସଲମାନ ଖାନ୍ଙ୍କ ଘରର ସୁରକ୍ଷା । ସଲମାନଙ୍କୁ ବାରମ୍ବାର ବାରମ୍ବାର ହତ୍ୟା ଧମକ ଆସୁଥିଲା । ଦୀର୍ଘଦିନ ହେବ ସେ ଲରେନ୍ସ ବିଶ୍ନୋୟିଙ୍କ ଟାଗେର୍ଟରେ ରହିଆସୁଛନ୍ତି । ଗତବର୍ଷ ତାଙ୍କୁ ଅନେକ ଥର ମିଳିଛି ହତ୍ୟା ଧମକ । ବର୍ଷ ୨୦୨୪ ସଲମାନଙ୍କ ପାଇଁ ଭଲରେ କଟିନାହିଁ । ଏହି ବର୍ଷରେ ସେ ଅନେକଥର ହତ୍ୟା ଧମକ ପାଇବା ସାଙ୍ଗକୁ ନିଜ ଘନିଷ୍ଠ ବନ୍ଧୁ ବାବା ସିଦ୍ଧିକିଙ୍କୁ ହରାଇଛନ୍ତି ।
ବାବା ସିଦ୍ଧିକଙ୍କୁ ହତ୍ୟା କରାଯିବା ପରେ ଭୟଭୀତ ହୋଇପଡିଛନ୍ତି ସଲମାନ । ତେଣୁ ନୂଆବର୍ଷ ଆରମ୍ଭରୁ ସେ ନିଜ ଘରର ସୁରକ୍ଷା ବଢାଇଛନ୍ତି । ସଲମାନଙ୍କ ଘର ଗ୍ଲାଲେକ୍ସି ଆପାର୍ଟମେଣ୍ଟର ବାଲକୋନୀରେ ଲଗାଯାଇଛି ବୁଲେଟ୍ ପ୍ରୁପ୍ ଗ୍ଲାସ । ଏହି ବାଲକୋନୀରେ ସୁରକ୍ଷାକୁ ଏଥିପାଇଁ ବଢାଇ ଦିଆଯାଇଛି, କାରଣ ଏଠାରୁ ହିଁ ଛିଡା ହୋଇ ସଲମାନ ନିଜ ଜନ୍ମଦିନ, ଇଦ, ଦିୱାଲିରେ ଘର ସାମ୍ନାକୁ ଆସିଥିବା ଶହ ଶହ ଫ୍ୟାନ୍ସଙ୍କୁ ଦେଖା କରିଥାନ୍ତି । ତେଣୁ ବାଲକୋନୀର ସୁରକ୍ଷାକୁ ବଢାଇ ବୁଲେଟ୍ ପ୍ରୁପ୍ ଗ୍ଲାସ ଲଗାଇଛନ୍ତି ।
କେବଳ ବାଲକୋନୀ ନୁହେଁ ଗାଲେକ୍ସି ଆପାର୍ଟମେଣ୍ଟର ପ୍ରତି ପାଶ୍ୱର୍ରେ ହାଇ ସିକ୍ୟୁରିଟି ଟ୍ରାକର ବି ଲଗାଯାଇଛି । ପରିବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଘରର ପ୍ରତି କବାଟ ଓ ଝରକା ଗୁଡିକୁ ବି ବୁଲେଟ୍ ପ୍ରୁଫ୍ ଗ୍ଲାସରେ ନିର୍ମାଣ କରାଯାଇଛି । ଏହା ବ୍ୟତିତ ସଲମାନ ଖାନଙ୍କ ସୁରକ୍ଷା ପାଇଁ ହାଇ ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ମଧ୍ୟ ଘର ବାହାରେ ଲଗାଯାଇଛି । କେବଳ ସେତିକ ନୁହେଁ ସଲମାନଙ୍କ ଆପାର୍ଟମଣ୍ଟ ସାମ୍ନାରେ ଏକ ପୋଲିସ ପୋଷ୍ଟ ସ୍ଥାପନ କରାଯାଉଛି ।