ଦେଓରିଆ/ଲକ୍ଷ୍ନୌ: କୁହୁଡ଼ି ଯୋଗୁଁ ଟ୍ରେନ୍ରେ ବିଳମ୍ବ ହେତୁ ଚିକିତ୍ସା ଅଭାବରୁ ଜଣେ ଏକ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି। ନାବାଳିକାର ପିତାମାତା ତାଙ୍କୁ ଚିକିତ୍ସା ପାଇଁ ଟ୍ରେନ୍ ଯୋଗେ ଦେଓରିଆରୁ ଦିଲ୍ଲୀ ନେଉଥିଲେ। ରବିବାର ସକାଳ ୫ଟା ୧୦ମିନିଟରେ ବରୁଣୀରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ଦିଲ୍ଲୀରେ ପହଞ୍ଚିବାର ଥିଲା, କିନ୍ତୁ ଟ୍ରେନ୍ ଟି ସକାଳ ୯ଟା ୪୭ରେ ଐଶବାଗ ଷ୍ଟେସନରେ ପହଞ୍ଚିଥିଲା। ଶିଶୁର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଖବର ପାଇ ରେଳବାଇ ଡାକ୍ତରମାନେ ମଧ୍ୟ ଐଶବାଗ ଷ୍ଟେସନରେ ପହଞ୍ଚିଥିଲେ, କିନ୍ତୁ ସେତେବେଳକୁ ଝିଅର ନିଶ୍ୱାସ ବନ୍ଦ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ଦେଓରିଆ ବାସିନ୍ଦା ସଦ୍ଦାମଙ୍କ ୧ ବର୍ଷର ଝିଅ ନିମୋନିଆରେ ପୀଡ଼ିତ ଥିଲା। ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ରେ କୌଣସି ସୁଫଳ ନ ମିଳିବାରୁ ସଦ୍ଦାମ ନାବାଳିକାଙ୍କୁ ଦିଲ୍ଲୀ ଏମ୍ସକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ବରୁଣୀରୁ ନୂଆଦିଲ୍ଲୀ ଯାଉଥିବା ୦୨୫୬୩ ସ୍ପେଶାଲ ଟ୍ରେନରେ ଟିକେଟ୍ ବୁକ୍ କରିଥିଲେ। ଟ୍ରେନ୍ ୧୧.୨୭ ଘଣ୍ଟା ବିଳମ୍ବରେ ଦେଓରିଆରେ ପହଞ୍ଚିଥିଲା। ପିତାମାତା ପିଲାଟିକୁ ନେଇ ଟ୍ରେନରେ ଚଢ଼ିଥିଲେ। କୋଚ୍ ବି-୧ରେ ତାଙ୍କୁ ୪୦ ନମ୍ବର ସିଟ୍ ଦିଆଯାଇଥିଲା।
ଲକ୍ଷ୍ନୌରେ ପହଞ୍ଚିବା ସମୟରେ ଟ୍ରେନ୍ ଟି ୧୩.୩୦ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ଏହି ସମୟରେ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କ ପାଖରେ ବସିଥିବା ଯାତ୍ରୀ ହର୍ଷ ଭରଦ୍ୱାଜ ହେଲ୍ପଲାଇନ ନମ୍ବର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରେଳବାଇର ସାହାଯ୍ୟ ଲୋଡ଼ିଥିଲେ। ଟ୍ରେନ୍ ଆଇଶବାଗ ଷ୍ଟେସନରେ ପହଞ୍ଚିବା ପରେ ଡାକ୍ତରମାନେ ନାବାଳିକାଙ୍କୁ ଦେଖିବାକୁ ଆସିଥିଲେ, କିନ୍ତୁ ସେତେବେଳକୁ ନିରୀହଙ୍କ ମୃତ୍ୟୁ ହୋଇସାରିଥିଲା। ଆରପିଏଫ୍ ଇନ୍ସପେକ୍ଟର ଏକେ ସିଂହ କହିଛନ୍ତି ଯେ ମୃତ୍ୟୁ ପରେ ବାପାମାଆ ନାବାଳିକାର ମୃତଦେହକୁ ସଡ଼କ ପଥରେ ଦେଓରିଆ ନେଇଯାଇଥିଲେ।
ଅଧିକ ପଢ଼ନ୍ତୁ: ଅନିତା ଆନନ୍ଦ ହୋଇପାରନ୍ତି କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ