ମୁମ୍ବାଇ: ବରିଷ୍ଠ ପରମାଣୁ ବୈଜ୍ଞାନିକ ରାଜଗୋପାଳ ଚିଦାମ୍ବରମଙ୍କର ଶନିବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ୧୯୭୫ ଓ ୧୯୯୮ ପରମାଣୁ ପରୀକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ପରଲୋକ ନେଇ ଆଣବିକ ଶକ୍ତି ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମ ସହ ଜଡ଼ିତ ଚିଦାମ୍ବରମଙ୍କର ମୁମ୍ବାଇର ଜସଲୋକ ହସ୍ପିଟାଲରେ ଭୋର ୩ଟା ୨୦ରେ ପରଲୋକ ଘଟିଛି। ସେ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ଏବଂ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ଚିଦାମ୍ବରମଙ୍କୁ ୧୯୭୫ ଓ ୧୯୯୯ରେ ଯଥାକ୍ରମେ ପଦ୍ମଶ୍ରୀ ଓ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବୈଜ୍ଞାନିକ ରାଜଗୋପାଳ ଚିଦାମ୍ବରମଙ୍କର ବୈଜ୍ଞାନିକ ମହଲରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ: ପ୍ରଥମ ପାଳିରେ ଭାରତ ୪ ରନ୍ରେ ଆଗୁଆ