ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ଯିବା ମନା । ଏହି ବଡ଼ ଘୋଷଣା କରିଛି ଓୟୋ। କମ୍ପାନୀ ତା’ର ଚେକ-ଇନ୍ ନିୟମରେ ବଡ଼ ପରିବର୍ତ୍ତନ କରିବା ସହ ହୋଟେଲରେ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ।
ନୂଆ ବର୍ଷର ନୂଆ ଗାଇଡଲାଇନ୍ ଲାଗୁ ହୋଇଛି । ନୂଆ ନିୟମ ଅନୁସାରେ, ଅବିବାହିତ ଦମ୍ପତି ଏବେ ରୁମ୍ ବୁକ କରିପାରିବେ ନାହିଁ । କମ୍ପାନୀ ପକ୍ଷରୁ କୁହାଯାଇଛି, କୌଣସି ଓୟୋ ହୋଟେଲରେ ଚେନ୍-ଇନ୍ କରିବା ସମୟରେ ଜଣେ ଦମ୍ପତି ସେମାନଙ୍କ ସମ୍ପର୍କର ଉପଯୁକ୍ତ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟ । ଏଣିକି କେବଳ ବିବାହିତ ଦମ୍ପତିଙ୍କୁ ଚେକ୍-ଇନର ଅନୁମତି ମିଳିବ । ଅବିବାହିତ ଦମ୍ପତିଙ୍କୁ ହୋଟେଲରେ ଚେକ୍-ଇନ୍ କରିବା ପାଇଁ ଅନୁମତି ମିଳିବନି । ଅନଲାଇନ୍ ବୁକ ବେଳେ ମଧ୍ୟ ଏହି ନିୟମ ଲାଗୁ ହେବ ।
କମ୍ପାନୀ ମିରଟରେ ଏହି ନୂଆ ନିୟମ ଆରମ୍ଭ କରିଦେଇଛି । ଯଦି ଏଠାରେ କମ୍ପାନୀକୁ ଭଲ ଫିଡବ୍ୟାକ ମିଳେ, ତାହେଲେ ଏହି ନିୟମକୁ ବାକି ସହର ଗୁଡ଼ିକରେ ଲାଗୁ କରିବା ଉପରେ ବିଚାର କରିବେ । ଧିରେ ଧିରେ ସାରା ଦେଶରେ ଏହି ନିୟମ ଲାଗୁ କରିବ କମ୍ପାନୀ ।
କମ୍ପାନୀ ପକ୍ଷରୁ କୁହାଯାଇଛି, ସମସ୍ତଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ମାନ କରାଯାଉଛି କିନ୍ତୁ ସମାଜ ପାଇଁ କିଛି କର୍ତ୍ତବ୍ୟ ମଧ୍ୟ ରହିଛି ।