ଭୁୁବନେଶ୍ୱର: ଭାରତ ଚୀନର ସଦ୍ୟତମ ଏତାଦୃଶ୍ୟକୁ ତୀବ୍ର ବିରୋଧ କରିଛି । ଚୀନ ନିକଟରେ ଭାରତୀୟ ସୀମା ସଂଲଗ୍ନ ତିବ୍ୱତରେ ବ୍ରହ୍ମପୁର ନଦୀରେ ଦୁନିଆର ସବୁଠୁ ବଡ ଡ୍ୟାମ ନିର୍ମାଣକୁ ମଞ୍ଜୁରୀ ଦେଇଛି । ଏହା ବ୍ୟତୀତ ଅକ୍ସାଇ ଚୀନର ହୋଟନ ପ୍ରଦେଶରେ ଦୁଇ ନୂଆ କାଉଣ୍ଟି ଘୋଷଣା କରିଛି । ଭାରତ ଏବେ ଏହାର ତୀବ୍ର ବିରୋଧ କରିଛି । ବୈଦେଶିକ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ନେଇ ବେଜିଂ ନିକଟରେ ନିଜର ଆପତ୍ତି ପ୍ରକାଶ କରିଛି ।
ଚୀନର କହିବା କଥା ତିବ୍ୱତରେ ଜଳ ବିଦ୍ୟୁତ ପ୍ରକଳ୍ପ ନଦୀର ନିମ୍ନ ଅବବାହିକା ଦେଶର ଜଳ ଯୋଗାଣରେ ବଡ ପ୍ରଭାବ ପକାଇବ ନାହିଁ । ତଥାପି ଭାରତ ଓ ବାଂଲାଦେଶ ଏହି ପ୍ରକଳ୍ପକୁ ନେଇ ନିଜର ଚିନ୍ତା ପ୍ରକାଶ କରିଛନ୍ତି । ଭାରତ ଶୁକ୍ରବାର କହିଛି ଯେ, ନିଜର ହିତ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ଏହା ଉପରେ ନିରୀକ୍ଷଣ କରିବୁ ।
ଜୟସ୍ୱାଲ କହିଛନ୍ତି, ନଦୀର ନିମ୍ନ ପ୍ରବାହରେ ଜଳର ଉପଯୋଗ କରୁଥିବା ଦେଶ ନିଜର ଅଧିକାର ଆଧାରରେ ଚୀନ ନିକଟରେ ବାରମ୍ବାର ନିଜର ଚିନ୍ତା ବ୍ୟକ୍ତ କରି ଆସିଛି । ଏହି ପ୍ରସଙ୍ଗରେ ନିଜର ପ୍ରକଳ୍ପ ନିର୍ମାଣରେ ପାରଦର୍ଶିତା ଦେଖାଇବା ଉଚିତ୍ । ଚୀନ ଏହା ସୁନିଶ୍ଚିତ କରୁ ଯେ, ବ୍ରହ୍ମପୁତ୍ର ନଦୀ ପ୍ରବାହର ନିମ୍ନ ଅବବାହିକା ସ୍ଥିତ ଦେଶର ହିତ ଯେମିତି ବ୍ୟାଘାତ ନ ଆସେ ।
ଚୀନ ଏହି ଡ୍ୟାମ ହିମାଳୟର ବିଶାଳ ଘାଟିରେ ନିର୍ମାଣ କରୁଛି । ଏଠାରେ ବ୍ରହ୍ମପୁତ୍ର ନଦୀ ଏକ ବିଶାଳ ୟୁ-ଟର୍ଣ୍ଣକୁ ନେଇ ଅରୁଣାଚଳ ପ୍ରଦେଶ ଓ ପୁଣି ବାଂଲାଦେଶରେ ପ୍ରବାହିତ ହେଉଛି । ହଂକଂର ‘ସାଉଥ ଚାଇନା ପୋଷ୍ଟ ମର୍ଣ୍ଣିଂ ପୋଷ୍ଟ’ ଅନୁଯାୟୀ ଡ୍ୟାମରେ ଚୀନ ମୋଟ୍ ୧୩୭ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ କରୁଛି ।