ପୋରବନ୍ଦର : ଗୁଜରାଟର ପୋରବନ୍ଦର ଏୟାରପୋର୍ଟରେ କୋଷ୍ଟାଗାର୍ଡର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ପୋରବନ୍ଦର ଜିଲ୍ଲପାଳ ଏସଡି ଧନାନି ଏହାର ସୂଚନା ଦେଇ କହିଛନ୍ତି ଯେ, ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ଦୁର୍ଘଟଣା ଘଟିବା ମାତ୍ରେ ଦମକଳ ଓ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଭାରତୀୟ ତଟରକ୍ଷୀ ବାହିନୀର ଅଧିକାରୀ କହିଛନ୍ତି କୋଷ୍ଟଗାର୍ଡର ଏଏଲଏଚ ଧ୍ରୁବ ହେଲିକପ୍ଟର ନିୟମିତ ଅଭ୍ୟାସ ପାଇଁ ଉଡାଣ ଭରିବା ସମୟରେ ଗୁଜରାଟର ପୋରବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତଳେ ଖସିବା ପରେ ହେଲିକପ୍ଟରରେ ନିଆଁ ଲାଗି ଯାଇଥିଲା । ହେଲିକପ୍ଟରରେ ଦୁଇ ପାଇଲଟ୍ ସମେତ ତିନି ଯବାନ ବସିଥିଲେ ଏବଂ ତିନି ଜଣଙ୍କ ମୃତ୍ୟୁ ଘଟିଛି ।
ଏଏଲଏଚ ଧ୍ରୁବ ହିନ୍ଦୁସ୍ତାନ ଏୟରୋନୋଟିକ୍ସ(ଏଚଏଏଲ) ପକ୍ଷରୁ ନିର୍ମିତ ଦୁଇ ଇଞ୍ଜିନ ବିଶିଷ୍ଟ ହେଲିକପ୍ଟର । ଏହାକୁ ସେନାର ବନ୍ୟା ପରି ଜରୁରୀକାଳୀନ ସ୍ଥିତିରେ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଡିଜାଇନ କରାଯାଇଥିଲା । ୨୦୦୨ରୁ ଏହା ସେବାରେ ନିୟୋଜିତ ଥିଲା । ଏହି ହେଲିକପ୍ଟର ସର୍ଚ୍ଚ ଅପରେସନ ଓ ଉଦ୍ଧାରକାର୍ଯ୍ୟ, ପରିବହନ, ଆଣ୍ଟି ସବମରିନ ଯୁଦ୍ଧ ସହିତ ଅନେକ ପ୍ରକାରର ମିଶନ ପାଇଁ ସକ୍ଷମ ଥିଲା ।
ଏହା ପୂର୍ବରୁ ୨୦୨୪ ସେପ୍ଟେମ୍ବର ୨ରେ ପୋରବନ୍ଦର ତଟ ନିକଟରେ ଆରବ ସାଗରରେ ଭାରତୀୟ କୋଷ୍ଟ ଗାର୍ଡର ଆଡଭାନ୍ସ ଲାଇଟ ହେଲିକପ୍ଟର ଖସି ପଡିଥିଲା । ଏହି ଦୁର୍ଘଟଣା ପରେ ୪ରୁ ଜଣେ କ୍ରୁ ସଦସ୍ୟଙ୍କୁ ବଞ୍ଚା ଯାଇ ପାରି ଥିଲା ।