ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପାଇଁ ଗତକାଲିଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଗତକାଲି ବୈଦେଶିକ ମନ୍ତ୍ରୀ କୋଣାର୍କରେ ଥିବା ଇକୋ ରିଟ୍ରିଟରେ ରାତ୍ରିଯାପନ କରିଥିଲେ । ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ବୈଦେଶିକ ମନ୍ତ୍ରୀ କୋଣାର୍କ ସୂର୍ଯ୍ୟମନ୍ଦିର ସହ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ। ପରେ ଶାନ୍ତିସ୍ତୁପ ଧଉଳି ବୁଲିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତା ପରେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସେ ଯୋଗଦେବେ । ମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ରହିଛି ।