ରାଜ୍ୟର ଜାରି ରହିଛି କୋହଲା ପାଗ ସାଙ୍ଗକୁ ଘନ କୁହୁଡ଼ି। ତେବେ କୁହୁଡିର ଆସ୍ତରଣରେ ଘୋଡେଇ ହୋଇଛି ସାରା ସହର। ସକାଳୁ ସକାଳୁ କୋହଲା ପାଗ ପାଇଁ ଚା’ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି। ଦିନ ଦଶଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଥିବାରୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଅଧରାତିରୁ ନିଆଁ ଜାଳି ନିଆଁର ଆଶ୍ରୟ ନେଉଛନ୍ତି। ଏଥିରୁ ପଶୁପକ୍ଷୀ ମାନେ ମଧ୍ୟ ବାଦ ପଡୁନାହାନ୍ତି। ତେବେ କିଛି ସ୍ଥାନରେ ଏହି କୋହଲା ପାଗର ମଜା ନେଉଛନ୍ତି ଲୋକେ। ପିକନିକ କରି ସାଙ୍ଗମାନଙ୍କ ସହ ମଧ୍ୟ ସମୟ ବିତାଉଥିବା ଦେଖିବାକୁ ମିଳୁଛି।