ଭୁବନେଶ୍ୱର : ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ ଅନୁଷ୍ଠିତ। ତେବେ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବର ଉଦଘାଟନୀ ସମାରୋହରେ କେନ୍ଦ୍ର ବିଦେଶ ମନ୍ତ୍ରାଳୟର ମନ୍ତ୍ରୀ ଏସ. ଜୟଶଙ୍କର, ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୃତ୍ୟ ଓ ସଂଗୀତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଲିପ୍ସା ପଣ୍ଡାଙ୍କ ଦ୍ୱାରା ହର ହର ଶମ୍ଭୁ ସଂଗୀତ ପରିବେଷଣ କରାଯାଇଥିଲା। ଏହାପରେ ନୃତ୍ୟଶିଳ୍ପୀ ଦେବାଶିଷ ପଟ୍ଟନାୟକ ଓମ୍ ଧେୟମ୍ ନିତ୍ୟମ୍ ମହେଶମ୍ ମଙ୍ଗଳାଚରଣ ଏବଂ ଶିବାଷ୍ଟକମ୍ ଓଡ଼ିଶୀ ନୃତ୍ୟରେ ପ୍ରଭୁଙ୍କ ବନ୍ଦନା କରିବା ସହ ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ତେବେ ଆସନ୍ତା ୧୧ ଜାନୁୟାରୀ ପର୍ଯ୍ୟନ୍ତ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ମୁକ୍ତେଶ୍ୱରର ମୁକ୍ତାକାଶ ରଙ୍ଗମଞ୍ଚରେ ନୃତ୍ୟ ଶିଳ୍ପୀମାନେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବା ସହ କଣ୍ଠଶିଳ୍ପୀମାନେ ମଧ୍ୟ ସଂଗୀତ ପରିବେଷଣ କରିବେ। ଏହି ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ ଦେଖିବା ପାଇଁ ହକର ହକର ଲୋକଙ୍କର ସମାଗମ ହୋଇଥିଲା।