ସମ୍ବଲପୂର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଆ କଟାପାଲି ଠାରେ ହାଇୱ। ଧକ୍କାରେ ୨ ବିଜେପି ନେତାଙ୍କ ମୃତ୍ୟୁ ଘଟଣାରେ ପୋଲିସ ଅଭିଯୁକ୍ତ ହାଇୱା ଚାଳକକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅଭିଯୁକ୍ତ ହାଇୱା ଚାଳକଙ୍କ ନାମରେ ହତ୍ୟା ଅଭିଯୋଗ ରୁଜୁ କରାଯାଇଛି। ତେବେ ଏହି ବହୁ ଚର୍ଚ୍ଚିତ ହାଇୱା ଧକ୍କାରେ କାରରେ ଥିବା ୨ ଜଣ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ଲାଗିରହିଥିବା ବେଳେ ଅଭିଯୁକ୍ତ ହାଇୱା ଚାଳକ ଏନେଇ ନିଜ ମୁହଁ ଖୋଲିଛି।
ସୋମବାର ରାତ୍ରିରେ ଏହି ଘଟଣାର ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତ ଚାଳକ ଜେନାମଣି କହିଛି ଯେ, ସେଦିନ ରାତ୍ରିରେ ମୋର ଅନ୍ୟ ଏକ ଗାଡି ସହିତ ଝଗଡ଼ା ହୋଇଥିଲା। ମୁଁ ସେହି କାରକୁ ସେହି ଗାଡି ଭାବି ଧକ୍କା ଦେଇଥିଲି। ମୁଁ ହିଣ୍ଡାଲକୋରୁ ପାଉଁଶ ବୋଝେଇ କରି ବରଗଡ଼ ଅଞ୍ଚଳକୁ ଯାଉଥିଲି। ମୋର ଟିକିଏ ଆଖି ଲାଗି ଯାଇଥିଲା। ମୁଁ ୨୦୦୭ ରୁ ଗାଡି ଚଳାଉଥିବା ବେଳେ ଏଭଳି କେବେ ହୋଇ ନାହିଁ। ଗାଡିର ବାମ ପଟରେ ବାଜିଛି। ଭୂଲରେ ବାଜି ଯାଇଛି। ସେମାନେ ଏନଏଚରୁ ଭିତରକୁ ଯାଇଥିବା ବେଳେ ମୁଁ ଆଗକୁ ଯାଇ ଫେରି ଆସିଥିଲି। କାରଟି ଓଲଟି ପଡ଼ିବାରୁ ମୁଁ ଘଟଣାସ୍ଥଳରେ ଓହ୍ଲାଇ ଗାଡି ମଧ୍ୟରୁ ୨ ଜଣଙ୍କୁ ବାହାର କରିଥିଲି। ଗାଡି ବାଜି ଗଲା ତ ବାଜି ଗଲା। ମୁଁ ଜାଣିକି କାହାରିକୁ ମାରି ନାହିଁ, ଏଣୁ ମୋର ଦୁଃଖ ନାହିଁ। ଲୋକ ମରି ଯାଇଥିବାରୁ ପାପ କରିଛି। ମୋର ଆଖି ଲାଗି ଯିବାରୁ ଗାଡି ବାଜି ଯାଇ ଥିଲା। ମୁଁ ନିଶା କରି ନ ଥିଲି। ମୁଁ କିଛି ଲୁଚାଉ ନାହିଁ ବୋଲି ଅଭିଯୁକ୍ତ ପ୍ରସନ୍ନ ଜେନାମଣି କହିଛନ୍ତି।