ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ଧକ୍କା ଦେଲା କାର୍। ଫଳରେ ଘଟଣାସ୍ଥଳରେ ଚାଲିଗଲା ୬ ନିରୀହ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ଥିବା ଜଣାପଡିଛି। ତେବେ ମୃତକମାନେ ହାଇଦ୍ରାବାଦର ବାସିନ୍ଦା ବୋଲି ଜଣାପଡିଛି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ମୁତାବକ, ହାଇଦ୍ରାବାଦରୁ ଏକ ପରିବାର ଆଜି ସକାଳେ କୌଣସି କାମରେ ବିଜୟୱାଡା ଅଭିମୁଖେ ଯାଉଥିଲେ। ଏହି ସମୟରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯିବା ସହ ଘଟଣାସ୍ଥଳରେ କାର ଭିତରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି।
ଅଧିକ ପଢନ୍ତୁ : ବାୟୁସେନାର UAV ବିମାନ କ୍ରାସ୍