ପ୍ରିୟଙ୍କାଙ୍କ ରୋଡ୍ ସୋରେ ଲୁଟର ଶିକାର ହେଲେ କଂଗ୍ରେସ ନେତା, ଦେଲେ ଧାରଣା
Khabar Odisha:politics-odisha-in-priyanka-gandhi-roadshow-thieves-steal-dozens-mobile-phones-congress-leader
ଲକ୍ଷ୍ନୌ, ଫେବୃଆରୀ ୧୧(ଖବର ଓଡ଼ିଶା):

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଲକ୍ଷ୍ନୌରେ ରୋଡ୍ କରିଛନ୍ତି। ୧୨ କିଲୋମିଟରର ଲମ୍ବା ରୋଡ୍ ସୋରେ ହଜାର ସଂଖ୍ୟକ କଂଗ୍ରେସ ନେତା ତାଙ୍କର ସ୍ଵାଗତ ପାଇଁ ଜୁଟିଥିଲେ। ପ୍ରତ୍ୟେକ ନିଜର ପ୍ରିୟ ନେତାଙ୍କ ଝଲକ ପାଇବା ପାଇଁ ବ୍ୟାକୁଳ ଥିଲେ। ରୋଡ୍ ସୋ ସମୟରେ ପ୍ରବଳ ଗହଳି ଲାଗି ରହିଥିଲା। ବାସ୍ ଏହି ଭିଡ଼ର ଜୋରଦାର ଫାଇଦା ଉଠାଇଲେ ଲୁଟେରା ଏବଂ ଅତି ଉତ୍ସାହର ସହ ରୋଡ ସୋରେ ସାମିଲ ହୋଇଥିବା  କଂଗ୍ରେସ ନେତାଙ୍କ ମହଙ୍ଗା ଫୋନ ଚୋରାଇ ନେଲେ। କିଛି ନେତା ମଧ୍ୟ ପକେଟ୍ ମାରର ଶିକାର ହେଲେ। ଏହି ବିଷୟରେ ଯେବେ ନେତାଙ୍କୁ ଜଣା ପଡିଲା ଯେ ତାଙ୍କର ମୋବାଇଲ ଓ ପଇସା ପକେଟରୁ ଚୋରି ହୋଇ ଯାଇଛି, ସେମାନେ ପୋଲିସର ଅବହେଳା ଅଭିଯୋଗ କରି ଧାରଣାରେ ବସି ପଡିଲେ। ସେମାନେ ପୋଲିସ ବିରୋଧରେ ଜୋରଦାର ନାରାବାଜି କରିଥିଲେ।

କୁହାଯାଉଛି ଯେ କନୌଜ ଓ ବାରାବଙ୍କିରୁ ପ୍ରାୟ ୨୪ରୁ ଉର୍ଦ୍ଧ୍ଵ କଂଗ୍ରେସ ନେତା ରୋଡ୍ ସୋରେ ସାମିଲ ହେବା ପାଇଁ ଲକ୍ଷ୍ନୌ ଆସିଥିଲେ। କାନପୁର ରୋଡ୍ ସ୍ଥିତ ଏୟାରପୋର୍ଟ  ଭିଆଇପି ଛକ ମଧ୍ୟରେ ଭିଡ଼ର ଫାଇଦା ଉଠାଇ ଚୋର ଓ ଲୁଟେରା ସେମାନଙ୍କର ପକେଟରୁ ମହଙ୍ଗା ମୋବାଇଲ ଫୋନ ଚୋରାଇନେଲେ।  ଜଣେ ନେତା ଶାନ ଓଲଭି କହିଛନ୍ତି ଯେ ତାଙ୍କ ଫୋନର ମୂଲ୍ୟ ପଚାଶ ହଜାର ଟଙ୍କା ଥିଲା। ଲୁଟେରା ଅନେକ ନେତାଙ୍କ ପର୍ସରୁ ହଜାର ହଜାର ଟଙ୍କା ଲୁଟିବା ନେଇଛନ୍ତି। କେବଳ ଏତିକି ନୁହେଁ ଡ୍ରାଇଭିଂ ଲାଇସେନ୍ସ ଓ ଏଟିଏମ କାର୍ଡ ସହିତ ସମସ୍ତ ଜରୁରୀ କାଗଜ ମଧ୍ୟ ଚୋରି କରିଛନ୍ତି। 

ମୋବାଇଲ ଓ ନଗଦ ଅର୍ଥ ଚୋରି ହେବାରୁ ଅଶାନ୍ତ କଂଗ୍ରେସ ନେତା ଜଣେ କିଶୋରକୁ ଧରି ପ୍ରବଳ ମାଡ଼ ମାରିଥିଲେ। କିଶୋର ଉପରେ ଚୋରିର ଆରୋପ ଲଗାଇ ନେତା ତାକୁ  ସରୋଜିନିନଗର ପୋଲିସ ଥାନାରେ ପହଞ୍ଚିଥିଲେ ଏବଂ ସେଠାରେ ଧାରଣାରେ ବସିଥିଲେ। ନେତାଙ୍କର କହିବା କଥା କିଶୋର ନିଜର ଅନ୍ୟ ସାଥୀଙ୍କ ନାମ ମଧ୍ୟ ସ୍ଵୀକାର କରିଛି, ଯେଉଁମାନେ ଏହି ସବୁ ଚୋରି କରିଛନ୍ତି। ଏହା ପରେ ମଧ୍ୟ ପୋଲିସ ଚୋରକୁ ଧରିବାକୁ ପ୍ରୟାସ କରିନାହିଁ। କିଛି ସମୟ ଧାରଣା ଚାଲିବା ପରେ ପୋଲିସ ନେତାଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ। 

  • Tags:

Subscribe

National International State Sports Entertainment