ଅରୁଣାଞ୍ଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାଫଳରେ ଭୟଙ୍କର ଭୂସ୍ଖଳନ ସୃଷ୍ଟି ହୋଇଛି । ଯାହାଫଳରେ ଭାରତ-ଚୀନ ସୀମାନ୍ତ ରାସ୍ତା ଧୋଇ ଯାଇଛି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ଅରୁଣାଞ୍ଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଯାହାପ୍ରଭାବରେ ଜନଜୀବନ ହନ୍ତସନ୍ତ ହୋଇପଡିଛନ୍ତି । ଏବେ ପୁଣି ପ୍ରବଳ ବର୍ଷା ପ୍ରଭାବରେ ଭୟଙ୍କର ଭୂସ୍ଖଳନ ସୃଷ୍ଟି ହୋଇଛି । ଭୂସ୍ଖଳନରେ ଭାରତ-ଚୀନ ସୀମାନ୍ତ ରାସ୍ତା ଧୋଇ ଯାଇଛି । ଯାହାଫଳରେ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଉକ୍ତ ରାସ୍ତାରେ ଗମନାଗମନ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ । ଭୂସ୍ଖଳନ ପ୍ରଭାବରେ ବହୁ କ୍ଷୟକ୍ଷତି ମଧ୍ୟ ହୋଇଛି । ଭୂସ୍ଖଳନ ଦ୍ୱାରା କୌଣସି ଆହତ ଓ ମୃତକଙ୍କ ସୂଚନା ମିଳିନାହିଁ ।