ବିହାର ଶିଶୁ ମୃତ୍ୟୁର କାରଣ ଲିଚୁ ନୁହେଁ ବରଂ କୁପୋଷଣ ଏବଂ ବିଷାକ୍ତ ରସାୟନ ନେଇଛି କଅଁଳ ଜୀବନ
Khabar Odisha:national-odisha-patna-due-to-the-death-of-children-in-bihar-there-are-no-leaches-malnutrition-and-hazardous-chemicals
ବିହାର, ଜୁନ ୧୬ (ଖବର ଓଡିଶା) :

“ଲିଚୁ ସାଜିଲା କାଳ” ବୋଲି ଦୁଇ ଦିନ ତଳେ ବେଶ୍ ଚର୍ଚ୍ଚା ହେବା ସହ ସର୍ବସାଧାରଣରେ ଏହା ଭୟର ମାହୋଲ ସୃଷ୍ଟି କରିଥିଲା । ଏହି ଖବର ଭାଇରାଲ ହେବା ପରେ ଲୋକମାନେ ଲିଚୁ ଖାଇବା କିମ୍ବା କିଣିବା ପୂର୍ବରୁ ଟିକେ ଅଟକି ଯାଉଥିବା ବେଳେ ପିତାମାତା ମାନେ ନିଜ ସନ୍ତାନଙ୍କୁ ଲିଚୁ ଦେବାକୁ ଚିନ୍ତିତ ହୋଇ ପଡିଥିଲେ । ତେବେ ବିହାରର ମୁଜାଫରପୁର ଜିଲ୍ଲାରେ ଚହଳ ସୃଷ୍ଟି କରିଥିବା ଏହି ଗୁଜବ ଉପରେ ଏବେ ପୂର୍ଣ୍ଣଛେଦ ପଡିଛି । ଲିଚୁ ନୁହେଁ ବରଂ ଏକ୍ୟୁଟ ଇନସେଫଲାଇଟିସ୍ ସିଣ୍ଡ୍ରୋମରେ ପାଖାପାଖି ୯୦ ଜଣଙ୍କର ଶିଶୁଙ୍କର ମୃତ୍ୟୁ ଘଟିଛି ବୋଲି ବିହାରର ସ୍ୱାସ୍ଥ୍ୟ ବିଭାଗର ଅଧୀକାରୀଙ୍କ ପକ୍ଷରୁ ସୂଚନା ମିଳିଛି । 

ବିହାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଅଧୀକାଂଶ ମୃତ୍ୟୁ ହାଇପୋଗ୍ଲାଇସିମୀୟା ଅର୍ଥାତ୍ ଅଚାନକ ସୁଗାର ହ୍ରାସ ପାଇବା କାରଣରୁ ହୋଇଛି । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ବିହାରରେ ପ୍ରଚଣ୍ଡ ଗରମ ଏବଂ ବର୍ଷା ନହେବା କାରଣରୁ ୧୯୯୫ରୁ କ୍ରମାଗତ ଭାବରେ ଇନସେଫଲାଇଟିସରେ ଶିଶୁଙ୍କର ମୃତ୍ୟୁ ଘଟି ଆସୁଛିି । ମୁଜାଫରପୁର ଏବଂ ଆଖପାଖ ଅଂଚଳରେ ବହୁଳ ପରିମାଣରେ ଲିଚୁ ଚାଷ କରାଯାଏ । ସେହି ଭଳି ଭାବରେ ଏହି ଅଂଚଳରେ ପ୍ରତି ବର୍ଷ ଏକ୍ୟୁଟ ଇନସେଫଲାଇଟିସ୍ ସିଣ୍ଡ୍ରୋମରେ ମଧ୍ୟ ବହୁ ଶିଶୁ ମୁତ୍ୟୁବରଣ କରନ୍ତି । 

କୁପୋଷିତ ଶିଶୁଙ୍କ ପ୍ରତି ବିପଦ ଲିଚୁ

ଏହି ଅଂଚଳରେ ପ୍ରଚଣ୍ଡ ଗରମ ଏବଂ ବିଳମ୍ବରେ ବର୍ଷା ହେବା କାରଣରୁ ପ୍ରତିବର୍ଷ ଏଇଏସରେ ଶିଶୁଙ୍କର ମୃତ୍ୟୁ ଘଟୁଛି । ଦ ଲାସେଂଟଙ୍କ କହିବା ଅନୁଯାୟୀ, ଲିଚୁରେ ହାଇପୋଗ୍ଲାୟସିନ-ଏ ଏବଂ ମେଥିଲିନ ସାଇକ୍ଲୋପ୍ରୋଫାଇଲ ଗ୍ଲାଇସିନ୍ ଥାଏ । ୍ାହାକି କୁପୋଷିତ ଶିଶୁଙ୍କ ସୁଗାର ସ୍ତରକୁ କମ୍ କରିଦିଏ । ଯଦି ଶିଶୁମାନେ ପୂର୍ବଦିନ ରାତ୍ରୀରେ କିଛି ଖାଦ୍ୟ ଖାଇ ନତାନ୍ତି କିମ୍ବା ଖାଲି ପେଟରେ ଥାନ୍ତି ସେହି ସମୟରେ ଏହି ବିପଦ ଆହୁରି ଅଧିକ ବଢିଯାଏ । କିନ୍ତୁ ଭୋକିଲା ଥିବା କାରଣରୁ ଏହି ଶିଶୁମାନେ କ୍ଷେତରୁ ଲିଚୁ ଆଣି ଖାଇଥାନ୍ତି । 

ଅସାବଧାନତା ହେଲେ ଲିଚୁ ନେଇପାରେ ଜୀବନ

ଡାକ୍ତର ଏବଂ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଶିଶୁମାନଙ୍କ ମଧ୍ୟରେ ଘାତକ ମେଟାବଲିକ ରୋଗ ସୃଷ୍ଟି କରେ । ଏଥିରେ ମିଥାଇଲ ସାଇକ୍ଲୋପ୍ରୋଫାଇଲ ଗ୍ଲାଇସିନ ନାମକ କେମିକାଲ ମିଳେ । 

ଏଣ୍ଡୋସଫ୍ଲାନ ପ୍ରୟୋଗ ହୋଇପାରେ କାରଣ

ବାଙ୍ଗଲାଦେଶୀ ବୈଜ୍ଞାନିକମାନେ ଲିଚୁ ଖାଇ ମୃତ୍ୟୁବରଣ କରିଥିବା ଶିଶୁଙ୍କୁ ପରୀକ୍ଷା କରି କହିଛନ୍ତି କି, ଲିଚୁ କ୍ଷେତ କରିବା ସମୟରେ ପ୍ରତିବନ୍ଧିତ ଥିବା  ଏଣ୍ଡୋସଫ୍ଲାନ ସହ ବିଭିନ୍ନ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଇଥାଏ ଯାହାକି ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏହି ଅଂଚଳରେ ଗରୀବ ଲୋକ ଅଧିକ ଥିବା କାରଣରୁ ଶିଶୁମାନେ କ୍ଷତରୁ ଲିଚୁ ତୋଳି ନଧୋଇ ଖାଉ ଥିବାରୁ ସେମାନେ ମୃତ୍ୟୁବରଣ କରି ଥାଇ ପାରନ୍ତି ବୋଲି ଅନୁମାନ କରୁଛନ୍ତି । ତେବେ ଏହି ଶିଶୁଙ୍କର ମୃତ୍ୟୁକୁ ନେଇ କୋଣସୀ ଠୋସ୍ ପ୍ରମାଣ ମିଳୁ ନାହିଁ । 

Subscribe

National International State Sports Entertainment