ପୂଜା କରିବା ସମୟରେ ଶଶି ଥରୁରଙ୍କ ମୁଣ୍ଡରେ ଆଘାତ
Khabar Odisha:national-odisha-lok-sabha-election-2019-shashi-tharoor-has-been-injured-while-offering-prayers-at-a-temple
ନୂଆଦିଲ୍ଲୀ, ଅପ୍ରେଲ ୧୫ (ଖବର ଓଡିଶା) :

 କେରଳର ତିରୁଅନନ୍ତପୁରମରୁ ସାଂସଦ ଥିବା ଶଶି ଥରୁର ଏକ ମନ୍ଦିରରେ ପୂଜା ସମୟରେ ତଳେ ପଡିଯାଇଛନ୍ତି । ତାଙ୍କୁ ଗମ୍ଭୀର ଭାବେ ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ତିରୁଅନନ୍ତପୁରମର ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ମଥାରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧୁରିଛି ବୋଲି ଡାକ୍ତର କହିଛନ୍ତି । 

ସୂଚନାଯୋଗ୍ୟ, ଶଶି ଥରୁର ମନ୍ଦିରରେ ତୁଳାଭରମ ପୂଜା କରୁଥିଲେ । ଏହି ପୂଜା ଅଳ୍ପ କେତେକ ମନ୍ଦିରରେ କରାଯାଇଥାଏ । ଏହି ପୂଜାରେ ନିଜ ଓଜନ ମୁତାବକ ପ୍ରସାଦ ଚଢାଯାଏ । ଦେବି ଦେବତାଙ୍କୁ ଯାହା ଅର୍ପଣ କରାଯାଏ ତାହା ନିଜର ଓଜନ ସହ ସମାନ ହୋଇଥାଏ । 

ଥରୁର ଏଥର କଂଗ୍ରେସ ପକ୍ଷରୁ ତିରୁଅନନ୍ତପୁରମରୁ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରୁ ତାଙ୍କ ମୁକାବିଲାରେ ବିଜେପି ନେତା କୁମ୍ମାନେମ ରାଜଶେଖରନ ଏବଂ ସିପିଆଇ ବିଧାୟକ ସି ଦିବାକରନ ଅଛନ୍ତି । 

Subscribe

National International State Sports Entertainment