ନୂଆଦିଲ୍ଲୀ: ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ ଭାରତୀୟ ଗୁଇନ୍ଦା ବିଭାଗର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମଣିପୁର ରାଜ୍ୟ ଭିତରକୁ ମିଆଁମାରର ଆଦିବାସୀ ଆତଙ୍କବାଦୀ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ଅନୁମାନ କରିଛି ।
ଗୁଇନ୍ଦା ବିଭାଗ ଏକ ରିପୋର୍ଟରେ ଦାବି କରିଛି, ମିଆଁମାରର ପାଖାପାଖି ୯୦୦ ଆତଙ୍କବାଦୀ ମଣିପୁରକୁ ଅନୁପ୍ରବେଶ କରିଛନ୍ତି । ସେପ୍ଟେମ୍ବର ୨୮ ସୁଦ୍ଧା ଏହି ଆତଙ୍କୀମାନେ ଇମ୍ଫାଲରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିପାରିବାର ଅନୁମାନ କରାଯାଉଛି ।
କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ପରାମର୍ଶଦାତା କୁଲଦୀପ ସିଂହ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମେ ଏଥିପାଇଁ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ଅଛୁ ।
ଗୁଇନ୍ଦା ରିପୋର୍ଟ ପରେ ମଣିପୁରକୁ ଲାଗି କରି ଥିବା ମିଆଁମାର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ରାଜ୍ୟରେ ବଢୁଥିବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନଜରେ ରଖି ମଣିପୁରରେ ସୁରକ୍ଷାବଳକୁ ହାଇ ଆଲର୍ଟ ଜାରି କରି ଦିଆଯାଇଛି । କେନ୍ଦ୍ରୀୟ ସୁରକ୍ଷା ବଳର ପୂର୍ବତନ ଡିଜି କହିଛନ୍ତି ଯେ ଯଦି ଏହା ସତ୍ୟ ହୋଇ ନଥାଏ, ଯଦି ଏହା ନ ଘଟେ କିମ୍ବା ଆମ ଚେଷ୍ଟା ହେବାକୁ ନ ଦିଏ, ତଥାପି ଏହାକୁ ହାଲୁକା ଭାବେ ଗ୍ରହଣ କରି ପାରିବା ନାହିଁ ।
ପ୍ରକାଶ ଥାଉକି ଯେ, ସେପ୍ଟେମ୍ବର ୧୬ ତାରିଖରେ ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା କି ଆଦିବାସୀ ଆତଙ୍କବାଦୀମାନେ ଦଳ ଦଳ ହୋଇ ଇମ୍ଫାଲ ଉପତ୍ୟାକାରେ ପ୍ରବେଶ କରିଛନ୍ତି । ପ୍ରତ୍ୟେକ ଦଳରେ ୩୦ ଜଣ ସଦସ୍ୟ ରହିଛନ୍ତି ଯେଉଁମାନେ ବିଭିନ୍ନ ପ୍ରକାର ଆକ୍ରମଣ କରି ପାରନ୍ତି ।