ମହାପ୍ରଭୁ ଜଗନ୍ନାଥ ପ୍ରତି ଅନନ୍ୟ ଭକ୍ତିର ଆଉ ଏକ ନିଦର୍ଶନ ଦେଇଛନ୍ତି ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ମହାରାଷ୍ଟ୍ର ୱାର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଏକ ପ୍ରତିମା କିଣିଥିଲେ ।
ପ୍ରଧାନମନ୍ତ୍ରୀ ୱାର୍ଦ୍ଧାରେ ପିଏମ୍-ବିଶ୍ବକର୍ମା ପ୍ରଦର୍ଶନୀ ପରିଦର୍ଶନ କରୁଥିବା ସମୟରେ ଏକ ଷ୍ଟଲରେ ଜଗନ୍ନାଥ ପ୍ରତିମୂର୍ତ୍ତି ଥିବା ଦେଖିଥିଲେ । ଏହାପରେ ଜୟ ଜଗନ୍ନାଥ କହି ଷ୍ଟଲରେ ଥିବା କର୍ମଚାରୀଙ୍କୁ ଅଭିବାଦନ କରିବା ସହ ସବୁଠୁ ଭଲ କଣ ଅଛି ବୋଲି ପଚାରିଥିଲେ। ପୂଜାରେ ତାହା ରହିବ ବୋଲି ମୋଦୀ ତାଙ୍କୁ କହିଥିଲେ। ଷ୍ଟଲ କର୍ମଚାରୀ ଜଣକ ତାଙ୍କୁ ମହାପ୍ରଭୁଙ୍କ ଏକ ପ୍ରତିମୂର୍ତ୍ତି ଦେଖାଇଥିଲେ। ମୋଦୀ ତାହାକୁ କିଣିବା ସହ UPIରେ ପେମେଣ୍ଟ ମଧ୍ୟ କରିଥିଲେ। ଏଥିରୁ ଜଣାପଡୁଛି ଯେ ଜଗନ୍ନାଥଙ୍କ ପ୍ରତି ମୋଦିଜୀଙ୍କ ରହିଛି ଅହେତୁକ ଶ୍ରଦ୍ଧା ଓ ଭକ୍ତି।
ସୂଚନା ଯୋଗ୍ୟ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ କହିଥିଲେ ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା । ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ କରିବା ଆରମ୍ଭ ରେ ଜଗନ୍ନାଥଙ୍କ ପ୍ରତି ଥିବା ତାଙ୍କର ସମ୍ମାନ ଜଣାଇଥିଲେ ।