ନୂଆଦିଲ୍ଲୀ: ସାଇବର କ୍ରାଇମର ଶୀକାର ହୋଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶୁକ୍ରବାର ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ହ୍ୟାକ କରାଯାଇଥିବା ଜଣାପଡ଼ିଛି ।
ସୁପ୍ରିମକୋର୍ଟଙ୍କ ଚ୍ୟାନେଲକୁ ୟୁଟ୍ୟୁବରେ ଖୋଲିଲେ ଆମେରିକାର ଏକ କମ୍ପାନୀର ବିଜ୍ଞାପନ ପ୍ରସାରିତ ହେଉଛି । ରିପ୍ପଲ୍ ଲ୍ୟାବ୍ସ ନାମକ ଏକ କମ୍ପାନୀର ବିଜ୍ଞାପନ ସୁପ୍ରିମକୋର୍ଟଙ୍କ ଚ୍ୟାନେଲରେ ଦେଖିବାକୁ ମିଳିଛି । ଯାହା କ୍ରିପ୍ଟୋ କରେନ୍ସିକୁ ପ୍ରୋତ୍ସାହିତ କରିଥାଏ ।
୨୦୧୮ ମସିହାରେ ତତ୍କାଳୀନ ମୁଖ୍ୟ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲାଯାଇଥିଲା । ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ଶୁଣାଣୀର ସିଧା ପ୍ରସାରଣ ଏଥିରେ ପ୍ରସାରିତ ହୋଇଥାଏ । ଫଳରେ କୋର୍ଟ ମାମଲାର କଣ ଶୁଣାଣି କରୁଛନ୍ତି ତାହା ସାଧାରଣ ଜନତା ଜାଣି ପାରିଥାଆନ୍ତି ।